CITY NEWSNEWSODISHATOP STORIES

ମୋ ସାଇକେଲ ଅଭିଯାନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର, ୨୬।୧୨ (ଓଡ଼ିଶା ଭାସ୍କର) :ହକି ବିଶ୍ୱକପ୍‌କୁ ଆଖିଆଗରେ ରଖି ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋ ସାଇକେଲ ଅଭିଯାନର ଶୁଭାରମ୍ଭ କରିଛନ୍ତି। ଏୟାରପୋର୍ଟ ଛକ ପାଖରେ ମୁଖ୍ୟମନ୍ତ୍ରୀ ପତାକା ଦେଖାଇ ଏହି ଅଭିଯାନ ଆରମ୍ଭ କରିଛନ୍ତି। ସ୍ୱଳ୍ପ ଖର୍ଚ୍ଚରେ, ସୁସ୍ଥ ଭାବରେ ଓ ସଅଳ ଯାତ୍ରାର ବିକଳ୍ପ ଭାବେ ରାଜ୍ୟ ସରକାର ଭୁବନେଶ୍ୱରରେ ଏହି ଅଭିଯାନ ଆରମ୍ଭ କରିଛନ୍ତି। ମୋ ସାଇକେଲ ଅଭିଯାନରେ ରାଜଧାନୀରେ ପ୍ରାୟ ୨ ହଜାର ସାଇକେଲ ଗଡ଼ିବ। ଏହି ସବୁ ସାଇକେଲରେ ଜିପିଏସ ବ୍ୟବସ୍ଥା ରହିଛି। ଏହି ମୋ ସାଇକେଲ ଅଭିଯାନରେ ସାମିଲ ହୋଇ ନାମ ପଞ୍ଜିକୃତ କରିଥିବା ବ୍ୟକ୍ତିଙ୍କୁ ପଥମ ଅଧଘଣ୍ଟା ପାଇଁ ମାଗଣାରେ ସାଇକେଲ ମିଳିବ। ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଅଶୋକ ପଣ୍ଡା ଓ ମନ୍ତ୍ରୀ ନିରଞ୍ଜନ ପୁଜାରୀ ଯୋଗ ଦେଇଥିଲେ। ରାଜଧାନୀର ବିଭିନ୍ନ ଅଞ୍ଚଳରେ ସାଇକେଲ ଷ୍ଟେସନମାନ ଖୋଲାଯାଇ ଲୋକମାନଙ୍କ ପାଇଁ ସାଇକେଲ ଉପଲବ୍ଧ କରାଯିବ।

Show More

Related Articles

Leave a Reply

Your email address will not be published. Required fields are marked *

Close