HOCKEYODISHASPORTTOP STORIES

ଆସନ୍ତୁ ଜାଣିବା ହକି ବିଶ୍ୱକପ୍ ରେ ଭାଗ ନେଉଥିବା ୧୬ ଟି ଦଳଙ୍କ ସମ୍ପର୍କରେ

ଅଷ୍ଟ୍ରେଲିଆ: ବିଶ୍ୱକପ୍ ର ଏକ ସଫଳ ଦଳ ହେଉଛି ଅଷ୍ଟ୍ରେଲିଆ । ଏହା ୧୯୮୬, ୨୦୧୦ ଓ ୨୦୧୪ରେ ଚାମ୍ପିଆନ୍ ୍େହାଇଥିବାବେଳେ ୨୦୦୨ ରନର୍ସ ଅପ୍ ହୋଇଥିଲା । ଏହା ପୁଲ୍ ବିରେ ସ୍ଥାନ ପାଇଛି ।

ଆର୍ଜେଣ୍ଟିନା: ଅଲମ୍ପି୍ ଚାମ୍ପିଆନ୍ ଆର୍ଜେଣ୍ଟିନା ବିଶ୍ୱ କପ୍ ର ପ୍ରଥମ ସ୍ୱାଦ ଚାଖିବା ଲକ୍ଷ୍ୟ ରଖିଛି । ଏହା ପୁଲ ଏରେ ସ୍ଥାନ ପାଇଛି ।

ବେଲଜିୟମ୍ : ୟୁରୋପୀୟ ରାଷ୍ଟ୍ର ବେଲଜିୟମ୍ ୨୦୧୬ ରିଓ ଅଲମ୍ପିକ୍ ରୋପ୍ୟ ପଦକ ବିଜୟୀ ହୋଇ ବିଶ୍ୱ କପ୍ର ଅନ୍ୟତମ ଫେବରିଟ୍ ଭାବେ ଉଭା ହୋଇଛି ।

ନେଦରଲାଣ୍ଡ: ନେଦରଲାଣ୍ଡ ୧୯୭୩, ୧୯୯୦ ଓ ୧୯୯୮ରେ ୩ଥର ବିଶ୍ୱ କପ୍ ଟ୍ରଫି ଲାଭ କରିଛି । ବିଶ୍ୱ ମାନ୍ୟତାର ୪ ନଂ ସ୍ଥାନରେ ରହିଥିବା ନେଦରଲାଣ୍ଡ ଅଧିନାୟକ ସେଭେରିଆନୋ ଭାନ ଆସ୍ଙ୍କ ନେତୃତ୍ୱରେ ୨୦ ବର୍ଷ ପରେ ବିଶ୍ୱ କପ୍ ଟାଇଟଲ୍ ଫେରି ପାଇବା ଲକ୍ଷ୍ୟ ରଖିଛି ।

ଭାରତ: ବିଶ୍ୱ କପ୍ ରେ ଭାରତ ଏଯାଏଁ ସମସ୍ତ ସଂସ୍କରଣରେ ଅଂଶ ଗ୍ରହଣ କରିଛି । ସେଥିମଧ୍ୟରୁ ୧୯୯୩ରେ ରନର୍ସ ଅପ୍ ହୋଇଥିବାବେଳେ ୧୯୭୫ ଦ୍ୱିତୀୟ ସଂସ୍କରଣରେ ଚାମ୍ପିଆନ୍ ହୋଇଥିଲା । ଏହା ଦଳ ପୁଲ୍
ସି’ ରେ ରହିଛି ।

ଜର୍ମାନୀ: ୪ଟି ଅଲମ୍ପିକ୍ ପଦକ ହାସଲ କରିଥିବା ଜର୍ମାନୀ ବିଶ୍ୱ ମାନ୍ୟତାର ୬ ନଂ ସ୍ଥାନରେ ରହିଛି । ଏହା ୨୦୦୨ ଓ ୨୦୦୬ରେ ଲଗାତର ଭାବେ ଟାଇଟଲ ହାସଲ କରିଥିବାବେଳେ ୧୯୮୨ ଓ ୨୦୧୦ରେ ରନର୍ସ ଅପ୍ ହୋଇଛି । ଏହି ଦଳକୁ ପୁଲ୍ ଡିରେ ସ୍ଥାନ ମିଳିଛି ।

ଇଂଲନଡ୍: ୧୯୦୮ ସ୍ୱର୍ଣ୍ଣ ପଦକ ବିଜେତା ଇଂଲଣ୍ଡ ୧୯୮୬ରେ ଆୟୋଜକ ଦେଶ ଭାବେ ବିଶ୍ୱ କପ୍ ରେ ଶ୍ରେଷ୍ଠ ପ୍ରଦର୍ଶନ କରି ଫାଇନାଲକୁ ଉନ୍ନୀତ ହୋଇଥିଲା । ଚଳିତ ସଂସ୍କରଣରେ ଏହା ପୁଲ୍ ବିରେ ସ୍ଥାନ ପାଇଛି ।

ସ୍ପେନ୍: ୟୁରୋପୀୟ ରାଷ୍ଟ୍ର ସ୍ପେନ୍ ବିଶ୍ୱ କପ୍ ର ପ୍ରଥମ ସଂସ୍କରଣ ୧୯୭୧ରେ ଆୟୋଜକ ରାଷ୍ଟ୍ର ଭାବେ ରନର୍ସ ଅପ୍ ହୋଇଥିଲା । ୩ଥର ଅଲମ୍ପିକ୍ ରୋପ୍ୟ ପଦକ ହାସଲ କରିଥିବା ସ୍ପେନ୍ କୁ ପୁଲ ଏରେ ସ୍ଥାନ ମିଳିଛି ।

ନ୍ୟୁଜିଲାଣ୍ଡ: ୧୯୭୭ ଅଲମ୍ପିକ୍ ଚାମ୍ପିଆନ୍ ନ୍ୟୁଜ୍ଲାଣ୍ଡ ଚଳିତ ସଂସ୍କରଣରେ ନବମ ମାନ୍ୟତାରେ ରହିଛି । ଏହି ଦଳ ପୁଲ ଏରେ ସ୍ଥାନ ପାଇଁଛି, ଯାହାକି ୨୯ରେ ଫ୍ରାନ୍ସ ବିପକ୍ଷରେ ଖେଳିବ ।

ଆୟାର୍ଲାଣ୍ଡ: ଦୀର୍ଘ ୧୮ ବର୍ଷ ପରେ ଆୟାର୍ଲାଣ୍ଡ ବିଶ୍ୱକପ୍ ହକି ଖେଳିବାକୁ ଯୋଗ୍ୟତା ହାସଲ କରିଛି । ଏହି ଦଳ ପୁଲ୍ ବି’ ରେ ରହିଛି ।

କାନାଡ଼ା: ବିଶ୍ୱ ମାନ୍ୟତାର ୧୧ ତମ ସ୍ଥାନରେ ରହିଥିବା କାନାଡ଼ା ପୁଲ୍ ସି’ରେ ସ୍ଥାନ ପାଇଛି । ଏହା ୨୮ରେ ବେଲଜିୟମ୍ ବିପକ୍ଷରେ ଉଦ୍ଘାଟନୀ ମ୍ୟାଚ୍ ଖେଳିବ ।

ମାଲେସିଆ: ଏସୀୟ ରାଷ୍ଟ୍ର ମଲେସିଆ ସପ୍ତମ ଥର ପାଇଁ ବିଶ୍ୱ କପ୍ ଖେଳିବାକୁ ଯାଉଛି । ଏହି ଦଳ ପୁଲ୍ ଡିରେ ସ୍ଥାନ ପାଇଛି ।

ପାକିସ୍ତାନ: ହକି ବିଶ୍ୱକପ୍ ର ସର୍ବାଧିକ ୪ଥର ଟାଇଟଲ ହାସଲ କରିଛି ପାକିସ୍ତାନ । ୨୦୧୪ରେ ଦଳ ଯୋଗ୍ୟତା ହାସଲ କରିନଥିବାବେଳେ ୨୦୧୮ରେ ଏହି ଦଳ ଭୁବନେଶ୍ୱରରେ ଖେଳିବା ପାଇଁ ମନୋନୀତ ହୋଇଛି । ମହମ୍ମଦ୍ ରିଜ୍ୱାନଙ୍କ ନେତୃତ୍ୱରେ ଏହି ଦଳ ଖେଳିବ ।

ଦକ୍ଷିଣ ଆଫ୍ରିକା: ଏହି ଦଳ ପୁଲ୍ ସି’ରେ ଖେଳିବ । ଏହି ଦଳ ୧୯୯୪ ମସିହାରୁ ଖେଳି ଆସୁଥିଲେବି ଏଯାଏଁ ଫାଇନାଲକୁ ଉନ୍ନୀତ ହେବାରେ ବିଫଳ ହୋଇଛି ।

ଚୀନ୍: ପ୍ରଥମ ଥର ପାଇଁ ଏସୀୟ ରାଷ୍ଟ୍ର ଚୀନ୍ ବିଶ୍ୱ କପ୍ ଖେଳିବା ଲାଗି ଯୋଗ୍ୟତା ହାସଲ କରିଛି । ଏହି ଦଳ ପୁଲ ବି’ରେ ସ୍ଥାନ ପାଇଛି

ଫ୍ରାନ୍ସ: ଫ୍ରାନ୍ସ ଦୀର୍ଘ ୨୮ ବର୍ଷ ପରେ ବିଶ୍ୱ କପ୍ ଖେଳିବା ପାଇଁ ଯୋଗ୍ୟତା ହାସଲ କରିଛି । ଏହି ଦଳକୁ ପୁଲ୍- ଏରେ ସ୍ଥାନ ମିଳିଛି ।

Show More

Related Articles

Leave a Reply

Your email address will not be published. Required fields are marked *

Close