fbpx

ଓଡ଼ିଶାର ବିକାଶ ବିଜୁବାବୁଙ୍କ ପ୍ରଥମ ଲକ୍ଷ୍ୟ ଥିଲା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୬ା୩(ଓଡ଼ିଶା ଭାସ୍କର): ବିଜୁବାବୁଙ୍କ ଜୀବନୀ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦବୋଧନ ଦେଇଛନ୍ତି । ସେ କହିଛନ୍ତି ବିଜୁ ପଟ୍ଟନାୟକ ଜଣେ କିମ୍ବଦନ୍ତୀ ବ୍ୟକ୍ତିତ୍ୱ । ଓଡ଼ିଶାର ବିକାଶ ବିଜୁବାବୁଙ୍କ ପ୍ରଥମ ଲକ୍ଷ୍ୟ ଥିଲା ବୋଲି ନବୀନ କହିଛନ୍ତି ।

ଆଜି ବିଜୁବାବୁଙ୍କ ଜୀବନୀ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସେହି କାର୍ଯ୍ୟକ୍ରମରେ ଦ ଆଡ଼ଭେଞ୍ଚର୍ସ ଅଫ ଡେୟାର ଡ଼େଭିଲ ଡ଼େମୋକ୍ରାଟ ବହି ଉନ୍ମୋଚନ ହୋଇଥିଲା । ଏହି ବହିକୁ ଉନ୍ମୋଚନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କଳିଙ୍ଗ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଛି । ଗତକାଲି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୪ତମ ଜନ୍ମ ଜୟନ୍ତୀ ଥିଲା ।

Get real time updates directly on you device, subscribe now.