ODISHATOP STORIES

ପାନ ଦୋକାନ ରେ ଅଗ୍ନିକାଣ୍ଡ, ଦୋକାନୀ ବି ଜୀବନ୍ତ ଦଗ୍ଧ

ବଲାଙ୍ଗୀର, ୨୮।୧୧(ଓଡିଶା ଭାସ୍କର): ବଲାଙ୍ଗୀର ବଜାରରେ ଏକ ଅଭାବନୀୟ ଘଟଣା ଘଟିଛି। ପି.ପି. ଏକାଡେମୀ ଛକରେ ଥିବା ଏକ ପାନ ଦୋକାନରେ ବୁଧବାର ଭୋର ସମୟରେ ଅଗ୍ନିକାଣ୍ଡ ଘଟିଛି। ଫଳରେ ଦୋକାନ ସହ ଦୋକାନୀଜଣକ ଜୀବନ୍ତ ଜଳି ଯାଇଥିବା ସୂଚନା ମିଳିଛି । ନିଆଁ ଲାଗିବାର କାରଣ ସ୍ପଷ୍ଟ ହୋଇ ନ ଥିବାବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି । ପାନ ଦୋକାନରେ ନିଆଁ ଲାଗିବା ଫଳରେ ଦୋକାନରେ ଶୋଇଥିବା ଅବସ୍ଥାରେ ଦୋକାନୀ ସୁରଜ କ୍ଷେତୀ ଜୀବନ୍ତ ଜଳିଯାଇଥିଲେ । ଖବର ପାଇବା ପରେ ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ସୁରଜଙ୍କୁ ଉଦ୍ଧାର କରାଯିବା ବେଳକୁ ତାଙ୍କ ମୃତ୍ୟୁ ହୋଇସାରିଥିଲା । ପୂର୍ବ ଶତ୍ରୁତାରୁ କେହି ଦୋକାନରେ ନିଆଁ ଲଗାଇ ଦେଇଥିବା କୁହାଯାଉଛି। ଗତକାଲି ସେହି ପାନ ଦୋକାନ ନିକଟରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଭୋଜିଭାତ ଚାଲିଥିଲା। କୈଣସିମୋତେ ଦୋକାନରେ ନିଆଁ ଲାଗି ଥାଇପାରେ ବୋଲି ସେମାନେ ସନ୍ଦେହ କରାଯାଉଛି ।

Show More

Related Articles

Leave a Reply

Your email address will not be published. Required fields are marked *

Close