ODISHASPORTSTOP STORIES

ହକି ବିଶ୍ୱକପ, ପ୍ରଥମ ମ୍ୟାଚ ଜିତିଲା ବେଲ୍ଜିୟମ

ଭୁବନେଶ୍ୱର, (ଓଡ଼ିଶା ଭାସ୍କର) : ହକି ବିଶ୍ୱକପ୍ର ପ୍ରଥମ ମୁକାବିଲାରେ ବୁଧବାର ବେଲ୍ଜିୟମ ବିଜୟଲାଭ କରିଛି । ପ୍ରଥମ ମୁକାବିଲାରେ ବେଲ୍ଜିୟମ ୨-୧ ଗୋଲ୍ରେ କାନାଡାକୁ ପରାସ୍ତ କରିଛି । ସ୍ୱତନ୍ତ୍ର ରଣନୀତି ସହ ପଡିଆକୁ ଓହ୍ଲାଇଥିବା ବେଲ୍ଜିୟମ ଆରମ୍ଭରୁ କାନାଡାକୁ ଚିନ୍ତାରେ ପକାଇଥିଲା । ମ୍ୟାଚର ୩ ମିନିଟ୍ ମଧ୍ୟରେ ବେଲ୍ଜିୟମ ପ୍ରଥମ ଗୋଲ୍ ହାସଲ କରି ଆଗୁଆ ହୋଇଥିଲା । ଦଳର ଫିଲିକ୍ସ ଡେନାୟାର ଏହି ଫିଲ୍ଡ ଗୋଲ୍ ମାରି ବେଲ୍ଜିୟମକୁ ୧-୦ରେ ଅଗ୍ରଣୀ କରିଥିଲେ । ଏହା ପରେ ୨୨ତମ ମିନିଟ୍ରେ ବେଲ୍ଜିୟମ ଅଧିନାୟକ ଥୋମାସ ବ୍ରିଏଲ୍ସ ଏକ ଚମକ୍ରାର ଫିଲ୍ଡ ଗୋଲ୍ ସହ ଦଳର ସ୍ଥିତି ମଜଭୂତ କରିଥିଲେ । ୨-୦ରେ ଆଗୁଆ ଥିବା ବେଲ୍ଜିୟମ ପ୍ରତିପକ୍ଷ ଦଳ ଉପରେ ଆକ୍ରମଣ ଜାରି ରଖିଥିଲା । ଶେଷରେ ୪୮ତମ ମିନିଟ୍ରେ କାନାଡାକୁ ଏକ ପେନାଲ୍ଟି କର୍ଣ୍ଣର ମିଳିଥିଲା । ଯାହାକୁ ମାର୍କ ପିୟରସନ୍ ଗୋଲ୍ରେ ପରିଣତ କରିଥିଲେ । ଏହା ପରେ ବେଲ୍ଜିୟମ ରକ୍ଷଣାତ୍ମକ ଖେଳ ଦେଖାଇ କାନାଡାକୁ ମ୍ୟାଚ ବରାବର କରିବାର ସୁଯୋଗ ଦେଇନଥିଲା ।

Show More

Related Articles

Leave a Reply

Your email address will not be published. Required fields are marked *

Close