INTERNATIONAL NEWSNEWSTOP STORIES
ଅବତରଣ ବେଳେ ବିମାନ ବନ୍ଦର କୋଠାରେ ପିଟି ହେଲା ବିମାନ ୱିଙ୍ଗ, ଅଳ୍ପକେ ବର୍ତ୍ତିଲା ୧୭୯ ଜୀବନ

ଷ୍ଟକହମ, ୨୯।୧୧: ଏୟାର ଇଣ୍ଡିଆର ଏକ ଯାତ୍ରୀବାହୀ ବିମାନ ଗୁରୁବାର ସ୍ଵିଡେନର ରାଜଧାନୀ ଷ୍ଟକହମର ଅରଲାଣ୍ଡ ବିମାନ ବନ୍ଦରର ଏକ କୋଠାରେ ବାଡ଼େଇ ହୋଇଛି। ଏହି ଦୁର୍ଘଟଣାରେ କୌଣସି ମୃତାହତ ହୋଇନଥିବା ସୂଚନା ମିଳିଛି। ବିମାନରେ ୧୭୯ ଯାତ୍ରୀ ଯାତ୍ରା କରୁ ଥିଲା। ଏୟାର ଇଣ୍ଡିଆର ଏହି ବିମାନ ନୂଆଦିଲ୍ଲୀରୁ ଯାତ୍ରା ଆରମ୍ଭ କରି ଷ୍ଟକହମରେ ଅବତରଣ କରିବା ସମୟରେ ଏହି ଘଟଣା ଘଟିଥିଲା।ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ବିମାନରୁ ବାହାର କରାଯାଇଛି।