INTERNATIONAL NEWSTOP STORIES

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜର୍ଜ ଡବ୍ଲୁ ବୁଶଙ୍କ ପରଲୋକ

ଟେକ୍ସାସ,୧।୧୨: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜର୍ଜ ଏଚ୍‌ ଡବ୍ଲୁ ବୁଶଙ୍କର ୯୪ ବର୍ଷ ବୟସରେ ପରଲୋକ ହୋଇଛି। ସେ ଆମେରିକାର ୪୧ତମ ରାଷ୍ଟ୍ରପତି ଭାବେ ଶାସନ ଭାର ସମ୍ଭାଳିଥିଲେ। ତାଙ୍କର ପ୍ରବକ୍ତା ଟୁଇଟ୍‌ କରି ଏହି ସୂଚନା ଦେଇଛନ୍ତି। ବେଶ୍‌ କିଛିଦିନ ହେବ ବୁଶ୍‌ ଅସୁସ୍ଥ ଥିଲେ। ବୁଶ ଆମେରିକାର ରାଷ୍ଟ୍ରପତି ଥିବା ବେଳେ ଇରାକର ଏକଛତ୍ରବାଦୀ ଶାସକ ସଦାମ ହୁସେନଙ୍କ ଶାସନର ମୂଳପୋଛ କରିଥିଲେ। ହେଲେ ଦେଶରେ ନୂଆ ଟିକସ୍‌ ବ୍ୟବସ୍ଥା ପ୍ରଣୟନ କରିବାରୁ ତାଙ୍କୁ ଜୋରଦାର ବରୋଧ କରାଯାଇଥିଲା। ଏଥିପାଇଁ ସେ ଦ୍ୱିତୀୟ ଥର ଆମେରିକା ଶାସନ ଦଖଲ କରିବାରେ ଅସମର୍ଥ ହୋଇଥିଲେ।
୧୯୨୪ ମସିହା ଜୁନ୍‌ ୧୨ରେ ଜନ୍ମ ଗ୍ରହଣ କରିଥିବା ବୁଶ ୧୯୬୪ରେ ରାଜନୀତିରେ ପ୍ରବେଶ କରିଥିଲେ। ସେ ୧୯୮୯ ଜାନୁଆରୀ ୨୦ରୁ ୨୦ ଜାନୁଆରୀ ୧୯୯୩ ପର୍ଯ୍ୟନ୍ତ ଆମେରିକାର ରାଷ୍ଟ୍ରପତି ରହିଥିଲେ। ୧୯୮୦ରେ ସେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଲଢ଼େଇ କରିଥିଲେ ହେଁ ପରାସ୍ତ ହୋଇଥିଲେ। ସେ ୧୯୮୧ରୁ ୧୯୮୯ ଯାଏ ଆମେରିକାର ଉପ ରାଷ୍ଟ୍ରପତି ଭାବେ କାର୍ଯ୍ୟ କରିଥିଲେ।

Show More

Related Articles

Leave a Reply

Your email address will not be published. Required fields are marked *

Close