INTERNATIONAL NEWSTOP STORIES

ଅଲସ୍କାରେ ୭.୦ ତୀବ୍ରତାର ବିନାସକାରୀ ଭୂକମ୍ପ

ଅଲସ୍କା : ଆମେରିକାର ଅଲସ୍କାସ୍ଥିତ କିନାଇ ଦ୍ୱୀପରେ ୭.୦ ତୀବ୍ରତାର ଭୟାବହ ଭୂକମ୍ପ ଅନୁଭୂତ ହୋଇଛି । ଏହାପରେ ସ୍ଥାନୀୟ ଅଞ୍ଚଳରେ ସୁନାମୀ ଆଲର୍ଟ ଜାରି କରି ଦିଆଯାଇଛି । ଏହି ଭୂକମ୍ପ ଫଳରେ ଅନେକ ରାସ୍ତାଘାଟ ପ୍ରଭାବିତ ହେବା ସହ ଅନେକ ପୋଲ୍ ଓ ଓଭରବ୍ରିଜ ଭାଙ୍ଗି ରୁଜି ଯାଇଛି । ଭୂକମ୍ପର ତ୍ରୀବ୍ରତା ଏତେ ଥିଲା ଯେ, ବଡ଼ ବଡ଼ କୋଠା, ରାସ୍ତା ଘାଟ ଫାଟି ଯାଇଥିଲା । ଏସବୁ ଦେଖିବା ପରେ ଲୋକମାନେ ଭୟଭୀତ ହୋଇ ଏଣେ ତେଣେ ଦୌଡିବା ଆରମ୍ଭ କରିଥିଲେ । ଆମେରିକାର ଭୂସର୍ବେକ୍ଷଣ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଭୂକମ୍ପର କେନ୍ଦ୍ରସ୍ଥଳୀ ଏଙ୍କୋରେଜ ସହରଠାରୁ ୭ ମିଲ୍ ଉତ୍ତରରେ ଥିଲା । ଭୂକମ୍ପ ପରେ ସ୍ଥାନୀୟ ଅଞ୍ଚଳରେ ବିଦ୍ୟୁତ ସେବା ପ୍ରଭାବିତ ହୋଇଛି । ପ୍ରାୟ ୧୦ ହଜାର ଲୋକ ଅନ୍ଧାରରେ ଥିବା ଜଣାପଡିଛି । ପ୍ରଶାନ୍ତ ମହାସାଗରୀୟ ସୁନାମୀ ଚେତାବନୀ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ, ପୂର୍ବରୁ ଏ ନେଇ ସୂଚନା ଜାରି କରାଯାଇଥିଲା । ବିନାସକାରୀ ଭୂକମ୍ପ ଫଳରେ ରାସ୍ତାଘାଟ ଫାଟି ପଡ଼ିବା ସହ ଏହା ଉପରେ ଥିବା କାର୍ଗୁଡିକ କ୍ଷତିଗ୍ରସ୍ତ ହୋଇଛି । ତେବେ ଭୂକମ୍ପ ଫଳରେ ଅନେକ ଲୋକ ମୃତାହତ ହୋଇଥିବା ଅନୁମାନ କରାଯାଉଥିଲେ ମଧ୍ୟ ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ ।

Show More

Related Articles

Leave a Reply

Your email address will not be published. Required fields are marked *

Close