ODISHASPORTSTOP STORIES

ମାଲେସିଆକୁ ୭-୦ଗୋଲ୍ରେ ହରାଇଲା ନେଦରଲାଣ୍ଡ୍

ଭୁବନେଶ୍ୱର, ୧ା୧୨ (ଓଡ଼ିଶା ଭାସ୍କର): ଶନିବାର ପୁଲ୍ -ଡି ରେ ଅନୁଷ୍ଠିତ ପ୍ରଥମ ମ୍ୟାଚ୍ରେ ନେଦରଲାଣ୍ଡ ଓ ମାଲେସିଆ ମଧ୍ୟରେ ମ୍ୟାଚ୍ ଖେଳା ଯାଇଥିଲା । ତେବେ ଏହି ମ୍ୟାଚ୍ରେ ନେଦରଲାଣ୍ଡ୍ର ଜୋରୋଏନ୍ ହର୍ଟଜବର୍ଗରଙ୍କ ହ୍ୟାଟ୍ରିକ ବଳରେ ନେଦରଲାଣ୍ଡ୍ ୭-୦ ଗୋଲ୍ରେ ମାଲେସିଆକୁ ପରାସ୍ତ କରିଛନ୍ତି । ପ୍ରଥମରୁ ମାଲେସିଆ ଭଲ କ୍ରୀଡା ପ୍ରଦର୍ଶନ କରି ଆକ୍ରମଣାତ୍ମକ ଆଭିମୁଖ୍ୟ ଆପଣାଇଥିଲା । ହେଲେ ପ୍ରଥମ କ୍ୱାର୍ଟର ପରେ ଜର୍ମାନୀର ଖେଳାଳୀମାନେ ଗୋଟିଏ ପରେ ଗୋଟିଏ ଗୋଲ୍ ସ୍କୋର କରି ଚାଲିଥିଲେ । ମାଲେସିଆର ଖେଳାଳୀମାନେ କିଛି ବୁଝି ପାରି ନ ଥିଲେ । ଗୋଟିଏ ପରେ ଗୋଟିଏ ଗୋଲ୍ ଗୋଲ୍ ଖାଇବା ପରେ ମାଲେସିଆର ହକି ଖେଳାଳୀମାନେ ପ୍ରସ୍ତୁତ କରିଥିବା କୌଣସି ରଣନୀତୀ କାମ କରି ନ ଥିଲା । ଶେଷରେ ନେଦରଲାଣ୍ଡ୍ ଠାରୁ ମାଲେସିଆ ୭-୦ ଗୋଲ୍ରେ ପରାସ୍ତ ହୋଇଛି ।

Show More

Related Articles

Leave a Reply

Your email address will not be published. Required fields are marked *

Close