CITY NEWSNEWSTOP STORIES
ଭୁବନେଶ୍ୱର ସ୍ଥିତ ସାଇନ୍ସ ପାର୍କ ନିକଟରେ ବସ୍ତି ଉଚ୍ଛେଦ ବେଳେ ଉତ୍ତେଜନା

ଭୁବନେଶ୍ୱର, ୩।୧୨ (ଓଡ଼ିଶା ଭାସ୍କର): ଭୁବନେଶ୍ୱର ସ୍ଥିତ ସାଇନ୍ସ ପାର୍କ ନିକଟରେ ବସ୍ତି ଉଚ୍ଛେଦ ବେଳେ ସୋମବାର ଉତ୍ତେଜନା ଦେଖାଦେଇଛି। ସ୍ଥାନୀୟ ବାସିନ୍ଦା ମାନେ ଘଟଣା ସ୍ଥଳରେ ଜମା ହୋଇ ଉଚ୍ଛେଦ କୁ ବିରୋଧ କରିଥିଲେ। ପରେ ଘଟଣା ସ୍ଥଳରେ ପୋଲିସ ପହଁଚି ଥିଲେ ମଧ୍ୟ ଉତ୍ତେଜନା ଥମି ନ ଥିଲେ। ଶେଷରେ ବିଏମ୍ ସି ଅଧିକାରୀମାନେ ବାଧ୍ୟ ହୋଇ ଉଚ୍ଛେଦ କରି ନ ପାରି ଫେରିଥିଲେ।