fbpx

ମହିଳା ଦିବସରେ ମହିଳାଙ୍କୁ ଟ୍ୱିଟର ଆକାଉଣ୍ଟ ଉତ୍ସର୍ଗ ଗଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୮ା୩: ପ୍ରତିବର୍ଷ ମାର୍ଚ୍ଚ ୮ ତାରିଖକୁ ଅନ୍ତର୍ଜାତୀୟ ମହିଳା ଦିବସ ଭାବେ ପାଳନ କରାଯାଏ । ଚଳିତବର୍ଷ ମଧ୍ୟ ଆଜିର ଦିନକୁ ଅନ୍ତର୍ଜାତୀୟ ମହିଳା ଦିବସ ଭାବେ ପାଳନ କରାଯାଉଛି । ଏନେଇ ମହିଳା ଦିବସରେ ମହିଳାଙ୍କୁ ଟ୍ୱିଟର ଆକାଉଣ୍ଟ ଉତ୍ସର୍ଗ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ୭ଜଣ ସଫଳ ମହିଳାଙ୍କୁ ନିଜର ଆକାଉଣ୍ଟ ଦେଇଛନ୍ତି । ସରକାରୀ ଆକାଉଣ୍ଟରୁ ସାଇନ ଅଫ୍ କରିବା ଆଗରୁ ମୋଦି ଟ୍ୱିଟ କରିଛନ୍ତି ଯେ ସବୁ ଭାରତୀୟ ମହିଳାଙ୍କୁ ଣୁଭେଚ୍ଛା ସମ୍ମାନ ଜଣାଉଛି ।

ସେହିପରି ଅନ୍ତର୍ଜାତୀୟ ମହିଳା ଦିବସରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ କରିଛନ୍ତି ଯେ ମହିଳା ଦିବସରେ ମହିଳାମାନଙ୍କୁ ଶକ୍ତିଶାଳୀ କରିବାର ଆବଶ୍ୟକତା ନାହିଁ । କାରଣ ସେମାନେ ଏବେ ବି ଦୃଢ଼ ଓ ସଶକ୍ତ । କେବଳ ଆଜି ନୁହେଁ ଆସନ୍ତୁ ସବୁ ଦିନ ମହିଳା ଦିବସ ପାଳିବା ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.