BUSINESSNATIONALTOP STORIES

ଏଟିଏମ୍ରୁ ଅସୀମିତ ଥର ଟଙ୍କା ଉଠାଇ ପାରିବେ ଏସ୍ବିଆଇ ଗ୍ରାହକ

ନୂଆଦିଲ୍ଲୀ : ଭାରତୀୟ ଷ୍ଟେଟ୍ବ୍ୟାଙ୍କ (ଏସ୍ବିଆଇ) ନିଜ ଗ୍ରାହକମାନଙ୍କ ପାଇଁ ଏକ ଖୁସିଖବର ଆଣିଦେଇଛି । ଏସ୍ବିଆଇ ଗ୍ରାହକମାନେ ଏବେ ଏଟିଏମ୍ରୁ ଅନ୍ଲିମିଟେଡ୍ ଫ୍ରି ଟ୍ରାଞ୍ଜାକ୍ସନ କରିପାରିବେ । ଏହାପୂର୍ବରୁ ଗ୍ରାହକଙ୍କୁ ଏଟିଏମ୍ରେ ସୀମିତ ସଂଖ୍ୟକ ଫ୍ରି ଟ୍ରାଞ୍ଜାକ୍ସନ ଉପଲବ୍ଧ ହେଉଥିଲା । ତେବେ ଅନ୍ଲିମିଟେଡ୍ ଫ୍ରି ଟ୍ରାଞ୍ଜାକ୍ସନ ପାଇଁ ଗ୍ରାହକଙ୍କୁ ବ୍ୟାଙ୍କର କେତେକ ସର୍ତ୍ତ ପାଳନ କରିବାକୁ ହେବ । ଯେଉଁ ଗ୍ରାହକମାନେ ନିଜ ବ୍ୟାଙ୍କଖାତାରେ ମାସିକିଆ ଆଭରେଜ୍ ବାଲାନ୍ସ ରଖିବେ ସେମାନଙ୍କ ପାଇଁ ଏହି ସୁବିଧା ଉପଲବ୍ଧ ହେବ । ଅନ୍ଲିମିଟେଡ୍ ଫ୍ରି ଟ୍ରାଞ୍ଜାକ୍ସନ ପାଇଁ ଗ୍ରାହକଙ୍କୁ ନିଜ ଆକାଉଣ୍ଟରେ ମାସିକିଆ ଆଭରେଜ୍ ବାଲାନ୍ସ ୧ ଲକ୍ଷ ଟଙ୍କା ରଖିବାକୁ ହେବ । ଯେଉଁ ଗ୍ରାହକମାନେ ମାସିକିଆ ଆଭରେଜ୍ ବାଲାନ୍ସ ୨୫ ହଜାର ଟଙ୍କା ରଖିବେ ସେମାନେ ଷ୍ଟେଟ୍ବ୍ୟାଙ୍କ ଅଫ୍ ଇଣ୍ଡିଆ ଗ୍ରୁପ୍ର ଯେ କୌଣସି ଏଟିଏମ୍ରୁ ପ୍ରତିମାସରେ ୧୦ଟି ଫ୍ରି ଟ୍ରାଞ୍ଜାକ୍ସନ ସୁବିଧା ପାଇପାରିବେ ବୋଲି ସୂଚନା ଦିଆଯାଇଛି । ପ୍ରକାଶଯୋଗ୍ୟ ବର୍ତ୍ତମାନର ନିୟମ ଅନୁସାରେ ମେଟ୍ରୋସିଟିର ଏସ୍ବିଆଇ ଗ୍ରାହକଙ୍କୁ ଏବେ ୮ଟି ଫ୍ରି ଟ୍ରାଞ୍ଜାକ୍ସନ ସୁବିଧା ମିଳୁଥିବା ବେଳେ ନନ୍ମେଟ୍ରୋ ସିଟିର ଆକାଉଣ୍ଟଧାରୀଙ୍କୁ ୧୦ଟି ଫ୍ରି ଟ୍ରାଞ୍ଜାକ୍ସନ ମିଳୁଛି ।

Show More

Related Articles

Leave a Reply

Your email address will not be published. Required fields are marked *

Close