NATIONALTOP STORIES

ଆୟକର ରିଟର୍ଣ୍ଣ ଦାଖଲକାରୀଙ୍କ ସଂଖ୍ୟା ୫୦% ବୃଦ୍ଧି

ନୂଆଦିଲ୍ଲୀ : ଚଳିତବର୍ଷ ଆୟକର ରିଟର୍ଣ୍ଣ ଦାଖଲକାରୀଙ୍କ ସଂଖ୍ୟା ୫୦% ବୃଦ୍ଧି ପାଇଛି । ସେଣ୍ଟର ବୋର୍ଡ ଅଫ୍ ଡାଇରେକ୍ଟ ଟ୍ୟାକ୍ସେସ୍ (ସିବିଡିଟି)ର ଚେୟାରମ୍ୟାନ ସୁଶିଲ ଚନ୍ଦ୍ରା ମଙ୍ଗଳବାର ଏହି ସୂଚନା ଦେଇଛନ୍ତି । ଶ୍ରୀ ଚନ୍ଦ୍ରାଙ୍କ ସୂଚନା ଅନୁସାରେ ଚଳିତବର୍ଷ ୬.୦୮ କୋଟି ରିଟର୍ଣ୍ଣ ଦାଖଲ ହୋଇଛି । କେନ୍ଦ୍ର ସରକାରଙ୍କ ବିମୁଦ୍ରାକରଣର ଲାଭ ସ୍ୱରୂପ ଏହି ଲକ୍ଷ୍ୟ ହାସଲ କରାଯାଇପାରିଛି ବୋଲି ସେ କହିଛନ୍ତି । ରାଜସ୍ୱବିଭାଗ ଚଳିତ ଆର୍ଥିକ ବର୍ଷରେ ୧୧.୫ ଲକ୍ଷ କୋଟି ଟଙ୍କାର ପ୍ରତ୍ୟେକ୍ଷ କର ସଂଗ୍ରହର ଲକ୍ଷ୍ୟ ହାସଲ କରିଛି । ଗ୍ରସ୍ ଡାଇରେକ୍ଟ ଟ୍ୟାକ୍ସ ଗ୍ରୋଥ୍ ରେଟ୍ ୧୬.୫% ଏବଂ ନେଟ୍ ଡାଇରେକ୍ଟ ଟ୍ୟାକ୍ସ ଗ୍ରୋଥ୍ ରେଟ୍ ୧୪.୫% ରହିଛି । ଫଳରେ ବିମୁଦ୍ରାକରଣ ଟ୍ୟାକ୍ସ ବେସ୍ ରେଟ୍ ବୃଦ୍ଧିରେ ସହାୟକ ହୋଇଥିବା ସ୍ପଷ୍ଟବାଦୀ ହୋଇପଡିଛି ବୋଲି ସେ କହିଛନ୍ତି । ସେହିପରି କର୍ପୋରେଟ୍ କରଦାତାଙ୍କ ସଂଖ୍ୟା ଚଳିତବର୍ଷ ୮ ଲକ୍ଷରେ ପହଞ୍ôଚଛି । ଗତବର୍ଷ ଏହା ୭ ଲକ୍ଷରେ ସୀମିତ ଥିଲା ବୋଲି ସେ ସୂଚନା ଦେଇଛନ୍ତି । ସିବିଡିିଟି ଚେୟାରମ୍ୟାନ କହିଛନ୍ତି ଯେ, ବିଶ୍ୱର ୭୦ଟି ଦେଶ ଅଟୋମେଟିକ୍ ଏକ୍ସଚେଞ୍ଜ ଅଫ୍ ଇନଫରମେସନ ଜରିଆରେ ଭାରତକୁ ସୂଚନା ଦେଉଛନ୍ତି । ବୋର୍ଡ ଖୁବ୍ ଶୀଘ୍ର ଇ-ପ୍ୟାନ୍ ସୁବିଧା ଆରମ୍ଭ କରିବ । ଏହାଫଳରେ ଆବେଦନକାରୀଙ୍କୁ କେବଳ ୪ ଘଣ୍ଟାରେ ପ୍ୟାନ ଜାରି କରାଯାଇପାରିବ ବୋଲି ସେ କହିଛନ୍ତି ।

Show More

Related Articles

Leave a Reply

Your email address will not be published. Required fields are marked *

Close