NATIONALPOLITICSTOP STORIES

ଲୋକସଭା ନିର୍ବାଚନ ଲଢିବେନି ଉମାଭାରତୀ

ନୂଆଦିଲ୍ଲୀ : ଆଗାମୀ ଲୋକସଭା ନିର୍ବାଚନ ଲଢ଼ିବେନି କେନ୍ଦ୍ରମନ୍ତ୍ରୀ ଉମା ଭାରତୀ । ମଙ୍ଗଳବାର ସେ ଏନେଇ ଘୋଷଣା କରିଛନ୍ତି । କେନ୍ଦ୍ରମନ୍ତ୍ରୀ ସୁଷମା ସ୍ୱରାଜଙ୍କ ପରେ ଏବେ ଉମା ଭାରତୀ ମଧ୍ୟ ସମାନ ଘୋଷଣା କରିଛନ୍ତି । ବର୍ତ୍ତମାନ ସେ ରାମ ମନ୍ଦିର ଓ ଗଙ୍ଗା ଘଟଣା ଉପରେ ଧ୍ୟାନ କେନ୍ଦ୍ରୀତ କରିବାକୁ ଚାହୁଁଛନ୍ତି । ତେଣୁ ଆଗାମୀ କିଛି ଦିନ ପାଇଁ ସେ ଏହି ମାମଲା ଉପରେ ଫୋକସ କରିବାକୁ ଚାହୁଁଛନ୍ତି ବୋଲି ଉମା ଭାରତୀ କହିଛନ୍ତି । ସେ କହିଛନ୍ତି ଯେ, ତାଙ୍କ ଲକ୍ଷ ବର୍ତ୍ତମାନ ମନ୍ଦିର ନିର୍ମାଣ ହେବା ଉପରେ ଅଛି । ତେବେ ସେ ରାଜନୀତି ଛାଡିବେ ନାହିଁ ବୋଲି ଉମା ସ୍ପଷ୍ଟ କରିଦେଇଛନ୍ତି । ଉମା ଭାରତୀ ଝାନସୀରୁ ସାଂସଦ ଅଛନ୍ତି । ଉମା ଭାରତୀଙ୍କ ଏହି ବୟାନ ଏପରି ଏକ ସମୟରେ ଆସିଛି, ଯେଉଁ ସମୟରେ କି ରାମ ମନ୍ଦିର ନିର୍ମାଣକୁ ନେଇ ବିବାଦ ଜୋର ଧରିଛି । ସୂଚନାଯୋଗ୍ୟ କି, ୯୦ ଦଶକରେ ଉମା ଭାରତୀ ରାମ ମନ୍ଦିର ଆନ୍ଦୋଳନର ବଡ ସମର୍ଥକ ଥିଲେ । ଏପରିସ୍ଥଳେ ତାଙ୍କର ଏହି ବୟାନ ଅନେକ ଅର୍ଥ ଅନେକ ଦିଗକୁ ଇସାରା କରୁଛି । ଏହା ପୂର୍ବରୁ ବିଦେଶୀ ମନ୍ତ୍ରୀ ସୁଷମା ସ୍ୱରାଜ ମଧ୍ୟ ଲୋକସଭା ନିର୍ବାଚନ ନଲଢିବା ପାଇଁ ଘୋଷଣା କରିଥିଲେ ।

Show More

Related Articles

Leave a Reply

Your email address will not be published. Required fields are marked *

Close