ODISHASPORTSTOP STORIES

ଇଂଲଣ୍ଡକୁ ହରାଇଲ୍ ଅଷ୍ଟ୍ରେଲିଆ, ଚୀନ୍-ଆର‌୍ୟଲାଣ୍ଡ ମ୍ୟାଚ୍ ଡ୍ର

ହକି ବିଶ୍ୱକପ୍

ଭୁବନେଶ୍ୱର, ୪ା୧୨ (ଆପ୍ର): କଳିଙ୍ଗ ଷ୍ଟାଡିୟମ୍ରେ ଅନୁଷ୍ଠିତ ହକି ବିଶ୍ୱକପ୍ରେ ମଙ୍ଗଳବାର ଅନୁଷ୍ଠିତ ପ୍ରଥମ ମ୍ୟାଚ୍ରେ ଇଂଲଣ୍ଡକୁ ୩-୦ରେ ପରାଜିତ କରି ଅଷ୍ଟ୍ରେଲିଆ ଟିମ୍ କ୍ୱାର୍ଟର ଫାଇନାଲ୍ରେ ପରାସ୍ତ କରିଛି । ସେହିପରି ମଙ୍ଗଳବାରର ଦ୍ୱିତୀୟ ମ୍ୟାଚ୍ ଚୀନ୍ ଓ ଆର‌୍ୟଲାଣ୍ଡ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ଏହି ମ୍ୟାଚ୍ ୧-୧ରେ ଡ୍ର ରହିଛି । ପ୍ରଥମ ମ୍ୟାଚ୍ରେ ବିଜୟ ସହ ଅଷ୍ଟ୍ରେଲିଆ ଟିମ୍ ପୁଲ୍-ବି ରେ ୬ ଅଙ୍କ ହାସଲ କରିବା ସହ ଶୀର୍ଷ ସ୍ଥାନରେ ରହିଛି । ମ୍ୟାଚ୍ର ପ୍ରଥମ ହାଫ୍ରେ ଅଷ୍ଟ୍ରେଲିଆକୁ ୨ଟି ପେନାଲିଟି କର୍ଣ୍ଣର ମିଳିଥିଲେ ମଧ୍ୟ ଇଂଲଣ୍ଡର ଗୋଲ୍କିପର ଜର୍ଜ ପିନର ଏଗୁଡିକୁ ଗୋଲ୍ରେ ରୂପାନ୍ତର ହେବାକୁ ଦେଇ ନ ଥିଲେ । ପ୍ରଥମ ହାଫ୍ରେ ଉଭୟ ଦଳ ଦମ୍ଦାର ଖେଳ ପ୍ରଦର୍ଶନ କରିବାରୁ ସ୍କୋର ୦-୦ ଥିଲା । ତେବେ ଦ୍ୱିତୀୟ ହାଫ୍ରେ ଅଷ୍ଟ୍ରେଲିଆର ଖେଳାଳୀମାନେ ୩ଟି ଗୋଲ୍ କରିବାକୁ ସକ୍ଷମ ହୋଇଥିବା ବେଳେ ମ୍ୟାଚ୍କୁ ୩-୦ରେ ଜିତି ନେଇଥିଲେ ।


ଚୀନ୍-ଆର‌୍ୟଲାଣ୍ଡ ମଧ୍ୟରେ ଦ୍ୱିତୀୟ ମ୍ୟାଚ୍ ହୋଇଥିବା ବେଳେ ମ୍ୟାଚ୍ର ୪୩ତମ ମିନିଟ୍ରେ ଚୀନ୍ର ୩୨ ନମ୍ବର ଖେଳାଳୀ ଗୁଓ ଜିନ୍ ପେନାଲିଟି କର୍ଣ୍ଣର ଜରିଆରେ ଏକ ଗୋଲ୍ କରିବାକୁ ସକ୍ଷମ ହୋଇଥିଲେ । ତେବେ ଏହାପରେ ତୁରନ୍ତ ଅର୍ଥାତ ମ୍ୟାଚ୍ର ୪୪ତମ ମିନିଟ୍ରେ ଆର‌୍ୟଲାଣ୍ଡର ସୋଥେରେନ୍ ଆଲାନ୍ ଗୋଲ୍ କରି ସ୍ଥିତି ସମାନ କରିଦେଇଥିଲେ । ଶେଷ ପର୍ଯ୍ୟନ୍ତ କେହି କାହା ବିରୋଧରେ ଆଉ ଗୋଲ୍ ନ କରିପାରିବାରୁ ମ୍ୟାଚ୍ ଡ୍ର ରହିଥିଲା ।

Show More

Related Articles

Leave a Reply

Your email address will not be published. Required fields are marked *

Close