NATIONALTOP STORIES

ପ୍ରତ୍ୟାର୍ପଣ ଚୁକ୍ତି ମାଧ୍ୟମରେ ଭାରତ ଅଣାହେଲା କ୍ରିଷ୍ଟିଆନ୍ ମିଚେଲ୍

ଅଗଷ୍ଟା ୱେ ଷ୍ଟଲାଣ୍ଡ ହେଲିକପ୍ଟର ଦୁର୍ନୀତି

ନୂଆଦିଲ୍ଲୀ / ଦୁବାଇ, ୪ା୧୨ : ଅଗଷ୍ଟା ୱେ ଷ୍ଟ ଲାଣ୍ଡ ହେଲିକପ୍ଟର ଦୁର୍ନୀତି ମାମଲାରେ ତଦନ୍ତକାରୀ ଏଜେନ୍ସୀଙ୍କ ୱା ଣ୍ଟେଡ୍ ତାଲିକାରେ ଥିବା ମଧ୍ୟସ୍ଥି ତଥା ବ୍ରିଟିଶ୍ ନାଗରିକ କ୍ରିଷ୍ଟିଆନ୍ ମିଚେଲ୍ ଦୁବାଇରୁ ଭାରତ ଅଣାଯାଇଛି । ପ୍ରତ୍ୟାର୍ପଣ ଚୁକ୍ତି ମାଧ୍ୟମରେ କ୍ରିଷ୍ଟିଆନ୍ ମିଚେଲ୍ଲ୍ଙ୍କୁ ମଙ୍ଗଳବାର ମଧ୍ୟରାତ୍ରୀରେ ଭାରତ ଅଣାଯିବା ପରେ ତଦନ୍ତକାରୀ ଏଜେନ୍ସି ତାଙ୍କୁ ଏହି ମାମଲାରେ ଜେରା କରିବ । ଫଳରେ ଏହି ଦୁର୍ନୀତି ନେଇ ଅନେକ ଗୁମର ଫିଟିପାରେ ବୋଲି ଚର୍ଚ୍ଚା ହେଉଛି । ୫୪ ବର୍ଷୀୟ କ୍ରିଷ୍ଟିଆନ୍ ମିଚେଲ୍ ଏହି ଅଗଷ୍ଟା ୱେଷ୍ଟଲାଣ୍ଡ ଭିଭିଆଇପି ହେଲିକକ୍ଟର କ୍ରୟ ଡିଲ୍ର ମୁଖ୍ୟ ମଧ୍ୟସ୍ଥି ଥିଲେ ବୋଲି କୁହାଯାଉଛି ।

ମାଇକେଲଙ୍କ ପ୍ରତ୍ୟାର୍ପଣ ପାଇଁ ୨୦୧୭ ଠାରୁ ଗଲ୍ଫଦେଶଙ୍କୁ ଭାରତ ତରଫରୁ ଅନୁରୋଧ କରାଯାଉଥିଲା । କେନ୍ଦ୍ରୀୟ ତଦନ୍ତକାରୀ ବ୍ୟୁରୋ (ସିବିଆଇ) ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏହି ମାମଲାର ତଦନ୍ତ ଜାରି ରଖିଛନ୍ତି । ଏହି ଦୁର୍ନୀତି ମାମଲାରେ ଇଡି ୨୦୧୬ ଜୁନ୍ରେ କ୍ରିଷ୍ଟିଆନ୍ ମିଚେଲ୍ ବିରୁଦ୍ଧରେ ଚାର୍ଜସିଟ୍ ଦାଖଲ କରିଥିଲା । ଚାର୍ଜସିଟ୍ରେ ଦର୍ଶାଯାଇଥିଲା ଯେ, ଏହି ଦୁର୍ନୀତି ମାମଲାରେ କ୍ରିଷ୍ଟିଆନ୍ ମିଚେଲ୍ ୨୨୫ କୋଟି ଟଙ୍କା ହାସଲ କରିଥିଲେ । ଏହି ଦୁର୍ନୀତି ମାମଲାରେ ୩ ଜଣଙ୍କୁ ମଧ୍ୟସ୍ଥି ଭାବେ ଦର୍ଶାଯାଇଛି । କ୍ରିଷ୍ଟିଆନ୍ ମିଚେଲ୍ ବ୍ୟତୀତ ଗାଇଡୋ ହସ୍ଚକେ ଏବଂ କାର୍ଲୋ ଗେରୋସାଙ୍କୁ ମଧ୍ୟ ମଧ୍ୟସ୍ଥି ଭାବେ ଦର୍ଶାଯାଇଛି । ପୂର୍ବରୁ ଇଡି ଓ ସିବିଆଇ ଏହି ୩ ଜଣଙ୍କ ବିରୁଦ୍ଧରେ ରେଡକର୍ଣ୍ଣର ନୋଟିସ ଜାରି କରିଥିଲେ ।

Show More

Related Articles

Leave a Reply

Your email address will not be published. Required fields are marked *

Close