ODISHASPORTSTOP STORIES

ଆଜି ଜର୍ମାନୀ – ନେଦରଲାଣ୍ଡ, ପାକିସ୍ତାନ – ମାଲେସିଆ ମୁକାବିଲା

ଭୁବନେଶ୍ୱର, ୫।୧୨ (ଓଡ଼ିଶା ଭାସ୍କର):ଓଡ଼ିଶା ପୁରୁଷ ହକି ବିଶ୍ୱକପର ଅଷ୍ଟମ ଦିନରେ ଅର୍ଥାତ୍ ବୁଧବାର ପୁଲ – ଡିରେ ୨ଟି ମ୍ୟାଚ ଖେଳାଯିବ । ସଂଧ୍ୟା ୫ ଟାରେ ଜର୍ମାନୀ ଓ ନେଦରଲାଣ୍ଡ ମଧ୍ୟରେ ମୁକାବିଲା ହେବ । ରାତି ୭ ଟାରେ ଦ୍ୱିତୀୟ ମ୍ୟାଚ୍‌ ପାକିସ୍ତାନ ଓ ମାଲେସିଆ ମଧ୍ୟରେ ଲଢେଇ ହେବ । ୩ ପଏଂଟ ହାସଲ କରିସାରିଥିବା ଜର୍ମାନୀ ଓ ନେଦରଲାଣ୍ଡ ଦଳ ପାଇଁ ଆଜିର ମ୍ୟାଚ ଗୁରୁତ୍ୱପୂର୍ଣ୍ଣ ରହିଛି । ଆଜିର ମ୍ୟାଚରେ ବିଜୟୀ ଦଳ କ୍ୱାର୍ଟର ଫାଇନାଲକୁ ପ୍ରବେଶ କରିବ । ଦ୍ୱିତୀୟ ମ୍ୟାଚରେ ପାକିସ୍ତାନ ଓ ମାଲେସିଆ ମଧ୍ୟରେ ହେବାର ରହିଥିବାବେଳେ ପାକିସ୍ତାନଠାରୁ ବହୁ ପଛରେ ରହିଥିବା ମାଲେସିଆ ବିଜୟ ହେବାକୁ ଆଜିର ମ୍ୟାଚରେ ଚେଷ୍ଟା କରିବ । ଗତକାଲି ହୋଇଥିବା ମ୍ୟାଚରେ ଇଂଲଣ୍ଡକୁ ୩-୦ରେ ହରାଇବା ସହ ୬ ପଏଂଟ ହାସଲ କରି ଅଷ୍ଟ୍ରେଲିଆ କ୍ୱାର୍ଟର ଫାଇନାଲକୁ ପ୍ରବେଶ କରିପାରିଛି ।

Show More

Related Articles

Leave a Reply

Your email address will not be published. Required fields are marked *

Close