fbpx

୮ ଦିନରେ କରନ୍ତୁୁ ଏହି କାମ, ନଚେତ୍ ବନ୍ଦ ହୋଇଯିବ ଡେବିଟ୍ ଓ କ୍ରେଡିଟ କାର୍ଡର ଏହି ସୁବିଧା

ନୂଆଦିଲ୍ଲୀ,୮ ।୩: ଡେବିଟ୍ କାର୍ଡ ଓ କ୍ରେଡିଟ୍ କାର୍ଡ ବ୍ୟବହାର କରୁଥିବା ଲୋକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର । ଯଦି ଆପଣ କ୍ରେଡିଟ୍ ଏବଂ ଡେବିଟ୍ କାର୍ଡ ଦ୍ୱାରା ଅନଲାଇନ୍ କାରବାର କିମ୍ବା ଯୋଗାଯୋଗହୀନ କାରବାର କରିନାହାନ୍ତି, ତେବେ ଏହି ସୁବିଧା ବନ୍ଦ ହୋଇଯିବ । ଏହି ସୁବିଧା ଜାରି ରଖିବା ପାଇଁ ଆପଣ ଡେବିଟ୍ ଏବଂ କ୍ରେଡିଟ୍ କାର୍ଡରୁ ୧୬ ମାର୍ଚ୍ଚ ପୂର୍ବରୁ ଅତି କମରେ ଥରେ ଅନଲାଇନ୍ ବା କଣ୍ଟ୍ରାକ୍ଟଲେସ କାରବାର କରନ୍ତୁ । ଅନ୍ୟ ସେବା ପାଇଁ ଡେବିଟ୍ ଓ କ୍ରେଡିଟ୍ କାର୍ଡ ଚାଲୁ ରହିବ । ଏହି ନୂଆ ନିୟମ ୧୬ ମାର୍ଚ୍ଚ ୨୦୨୦ରୁ ନୂଆ କାର୍ଡ ପାଇଁ ଲାଗୁ ହେବ ।

ତେବେ ଡେବିଟ୍ ଓ କ୍ରେଡିଟ୍ କାର୍ଡ ସହିତ କାରବାରର ସୁରକ୍ଷା ବୃଦ୍ଧି କରିବାକୁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ(ଆରବିଆଇ) ପକ୍ଷରୁ ଚଳିତ ବର୍ଷ ୧୫ ଜାନୁଆରୀରେ ଏକ ବିଜ୍ଞପ୍ତି ଜାରି କରାଯାଇଥିଲା । ଏଥିରେ କାର୍ଡ ପ୍ରଦାନକାରୀ କମ୍ପାନୀ ଓ ବ୍ୟାଙ୍କଗୁଡିକୁ ସମସ୍ତ ଅନଲାଇନ୍ କାରବାର ଏବଂ ସମସ୍ତ କ୍ରେଡିଟ୍ ଓ ଡେବିଟ୍ କାର୍ଡର ଯୋଗାଯୋଗହୀନ ପେମେଣ୍ଟ ସେବା ବନ୍ଦ କରିବାକୁ କୁହାଯାଇଥିଲା, ଯାହା ଅନଲାଇନ୍ କାରବାର ପାଇଁ କେବେ ବ୍ୟବହୃତ ହୋଇନାହିଁ ।

Get real time updates directly on you device, subscribe now.