ODISHAPOLITICSTOP STORIES

ବିଜେଡ଼ି ରେ ମିଶିଲେ କଂଗ୍ରେସ୍ ର ପୂର୍ବତନ ବିଧାୟକ ଚକ୍ରଧର ପାଇକ

ଭୁବନେଶ୍ୱର, ୬।୧୨ (ଓଡ଼ିଶା ଭାସ୍କର): କଂଗ୍ରେସର ପୂର୍ବତନ ବିଧାୟକ ଚକ୍ରଧର ପାଇକ ଗୁରୁବାର ବିଜେଡ଼ି ରେ ଯୋଗ ଦେଇଛନ୍ତି । ବିଜେଡ଼ି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଦଳକୁ ସ୍ୱାଗତ କରିଛନ୍ତି । ଚକ୍ରଧର ପାଇକ ତାଙ୍କର ଶତାଧିକ ସମର୍ଥକଙ୍କ ସହିତ ଏକ ଶୋଭାଯାତ୍ରାରେ ଆସି ନବୀନ ନିବାସରେ ପହଁଚିଥିଲେ। ଏହି ସମୟରେ ସାଂସଦ ଭୂପିନ୍ଦର ସିଂ ଓ ବିଧାୟକ ପ୍ରଦୀପ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ । ଚକ୍ରଧର ଗଜପତି ଜିଲ୍ଲା ମୋହନା ବିଧାନସଭା ଆସନରୁ ଦୁଇ ଦୁଇ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ । ୧୯୭୪ରେ ବିଧାୟକ ହୋଇଥିଲେ । ଏହା ପରେ ୨୦୦୯ରେ ସେ କଂଗ୍ରେସରୁ ପ୍ରାର୍ଥୀ ହୋଇ ବିଧାୟକ ହୋଇଥିଲେ । ତେବେ ଟିକେଟ୍‌ ନ ପାଇବାରୁ ସେ ୨୦୧୪ ନିର୍ବାଚନ ସମୟରେ କଂଗ୍ରେସରୁ ଇସ୍ତଫା ଦେଇ ସେହି ଆସନରୁ ସ୍ୱାଧୀନ ଭାବେ ଲଢ଼ିଥିଲେ । ପୂର୍ବରୁ ସେ ବିଜୁ ବାବୁଙ୍କ ସହିତ ମିଶି କାମ କରୁଥିଲେ । ତେଣୁ ସେ ବିଜୁ ଜନତା ଦଳକୁ ଫେରିବା ଏକ ଘର ବାହୁଡ଼ା ବୋଲି କହିଛନ୍ତି ।

Show More

Related Articles

Leave a Reply

Your email address will not be published. Required fields are marked *

Close