ODISHAPOLITICSTOP STORIES

କଂଗେସ ଇସ୍ତାହାର କମିଟି ରୁ ଶ୍ରୀକାନ୍ତ ଆଉଟ୍, ଗଣେଶ୍ୱର ଇନ

ନୂଆଦିଲ୍ଲୀ/ ଭୁବନେଶ୍ୱର,୬।୧୨ (ଓଡ଼ିଶା ଭାସ୍କର): ୨୦୧୯ ପାଇଁ ଏଆଇସିସି ପକ୍ଷରୁ ଗଠିତ ଇସ୍ତାହାର କମିଟିର ଅଧ୍ୟକ୍ଷ ପଦରୁ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ୍ ନେତା ଶ୍ରୀକାନ୍ତ ଜେନା ଙ୍କୁ ହଟାଇ ଦିଆଯାଇଛି । ତାଙ୍କ ସ୍ଥାନରେ ଗଣେଶ୍ୱର ବେହେରାଙ୍କୁ ଦାୟିତ୍ୱ ଦିଆଯାଇଛି । କଂଗ୍ରେସ ଅଧ୍ୟ ପି ରହ୍ସିଉଲ୍ସି ଗାନ୍ଧୀ ଏହି ନିଷ୍ପତି ନେଇଛନ୍ତି। ସାଂଗଠନିକ ପରିବର୍ତ୍ତନ ବେଳେ ଶ୍ରୀକାନ୍ତ ଜେନାଙ୍କୁ ଇସ୍ତାହାର କମିଟିର ଅଧ୍ୟକ୍ଷ ଦାୟିତ୍ୱ ଦିଆଯାଇଥିଲା । ହେଲେ ପରବର୍ତ୍ତୀ ପର୍ଯ୍ୟାୟରେ ଲଗାତର ଭାବେ ବିବାଦୀୟ ବୟାନ ସେ ରଖୁଥିଲେ । ଯାହା ଦଳବିରୋଧୀ ବୋଲି ବିବେଚନା କରାଯାଉଥିଲା ।
ଦଳ କ୍ଷମତାକୁ ଆସିଲେ କିଏ ମୁଖ୍ୟମନ୍ତ୍ରୀ ହେବେ, କେଉଁ ବର୍ଗର ନେତାଙ୍କୁ ଏହି ଦାୟିତ୍ୱ ମିଳିବା ଉଚିତ ତାକୁ ନେଇ ଖୋଲାମତ ରଖି ବିବାଦୀୟ ହୋଇଥିଲେ ଶ୍ରୀକାନ୍ତ ଜେନା ।

Show More

Related Articles

Leave a Reply

Your email address will not be published. Required fields are marked *

Close