fbpx

ଭାରତରେ ୩ ବର୍ଷର ଶିଶୁୁ କରୋନାରେ ଆକ୍ରାନ୍ତ, ସଂଖ୍ୟା ୪୧କୁ ବୃଦ୍ଧି

ନୂଆଦିଲ୍ଲୀ,୯ ।୩: ଦେଶରେ କରୋନା ଭାଇରସ ସହ ଜଡିତ ମାମଲା କ୍ରମାଗତ ବଢିବାରେ ଲାଗିଛି । ରବିବାର ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୪୦ରେ ପହଞ୍ଚିଥିବା ବେଳେ ଆଜି ସକାଳେ ଆଉ ଏକ ମାମଲା ସାମନାକୁ ଆସିଛି । ୩ ବର୍ଷର ଶିଶୁ ଶରୀରରେ କରୋନା ଜୀବାଣୁର ଲକ୍ଷଣ ଦେଖିବାକୁ ମିଳିଛି । ଏହି ଶିଶୁଟି କେରଳର ହୋଇଥିବା ବେଳେ ସେ ଗତକିଛି ଦିନ ହେବ ନିଜ ପରିବାର ସହ ଇଟାଲୀରୁ ଫେରିଥିଲା । ଏହି କ୍ରମରେ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୧କୁ ବୃଦ୍ଧି ପାଇଛି ।
ତେବେ କରୋନା ଆକ୍ରାନ୍ତ ଶିଶୁକୁ ଏର୍ଣ୍ଣାକୁଲମ ମେଡିକାଲରେ ଭର୍ତ୍ତି କରାଯାଇଛି । ବିମାନବନ୍ଦରରେ ଶିଶୁଟିର ରିପୋର୍ଟ ପଜିଟିଭ୍ ଆସିବା ପରେ ତାକୁ ମେଡିକାଲରେ ଭର୍ତ୍ତି କରିବା ସହ ପରିବାର ଲୋକଙ୍କର ମଧ୍ୟ ଯାଞ୍ଚ କରାଯାଇଥିଲା । କିନ୍ତୁ ପରିବାରରେ ଆଉ କାହାକୁ କରୋନା ହୋଇନଥିବା ରିପୋର୍ଟରେ ପ୍ରକାଶ ପାଇଛି ।

Get real time updates directly on you device, subscribe now.