NATIONALTOP STORIES

ମିଚେଲଙ୍କୁ ସିବିଆଇର ମାରାଥନ ଜେରା

ଅଗଷ୍ଟା ୱେ ଷ୍ଟଲାଣ୍ଡ ହେଲିକପ୍ଟର ଦୁର୍ନୀତି

ନୂଆଦିଲ୍ଲୀ : ଅଗଷ୍ଟା ୱେଷ୍ଟ ଲାଣ୍ଡ ଭିଭିଆଇପି ହେଲିକପ୍ଟର କ୍ରୟ ଦୁର୍ନୀତିମାମଲାରେ ଅଭିଯୁକ୍ତ ଥିବା କ୍ରିଷ୍ଟିଆନ ମିିଚେଲଙ୍କୁ ଭାରତ ଅଣାଯିବା ପରେ ସେ ୫ ଦିନିଆ ସିବିଆଇ ହେପାଜତରେ ଅଛନ୍ତି । ଗୁରୁବାର ସିବିଆଇ ପକ୍ଷରୁ ତାଙ୍କୁ ଘନ ଘନ ଜେରା କରାଯାଇଥିବା ସୂଚନା ମିଳିଛି । ଏପରିକି ଜେରା ସମୟରେ ମିଚେଲଙ୍କ ଠାରୁ ଅନେକ ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିପାରିଥିବା କୁହାଯାଉଛି । ଏହି ସୂଚନାଗୁଡିକୁ ଆଧାର କରି ସିବିଆଇ ଆଗାମୀ କାର୍ଯ୍ୟପନ୍ଥା ନିର୍ଣ୍ଣୟ କରିବା ସହ ତଦନ୍ତ ପ୍ରକ୍ରିୟାକୁ ଆଗକୁ ବଢାଇବ । ସିବିଆଇର ମାରାଥନ ଜେରା ପରେ ମିଚେଲ ମଧ୍ୟ ଅସ୍ତବ୍ୟସ୍ତ ହୋଇପଡିଛନ୍ତି । ବୁଧବାର ରାତ୍ରିରେ ସେ ମାତ୍ର ୨ ଘଣ୍ଟା ଶୋଇପାରିଥିଲେ ବୋଲି ସୂଚନା ଦିଆଯାଇଛି । ଦୁବାଇରୁ ପ୍ରତ୍ୟାର୍ପଣ ଚୁକ୍ତି ମାଧ୍ୟମରେ ମିଚେଲଙ୍କୁ ଭାରତ ଅଣାଯିବା ପରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସର୍ବସମ୍ମୁଖକୁ ଆସିପାରିବ ବୋଲି କୁହାଯାଉଛି । ବୁଧବାର ରାତ୍ରିରେ ମିଚେଲଙ୍କୁ ଜେରା କରାଯିବା ସମୟରେ ହୃଦ୍ଘାତ ହୋଇଥିଲା । ତୁରନ୍ତ ତାଙ୍କୁ ଡାକ୍ତର ଚିକିତ୍ସା କରିଥିଲେ । ଏପରିକି ସିବିଆଇର ଜେରା ପରେ ମିଚେଲଙ୍କୁ ଇଡି ମଧ୍ୟ ରିମାଣ୍ଡରେ ନେଇ ଜେରା କରିବ ବୋଲି କୁହାଯାଉଛି । ସିବିଆଇ ମିଚେଲଙ୍କୁ କୋର୍ଟରେ ହାଜର କରାଇବା ପରେ ଇଡି ରିମାଣ୍ଡରେ ନେବାକୁ ଆବେଦନ କରିବ । ମିଚେଲଙ୍କ ନାମରେ ଆସିଥିବା ଅଭିଯୋଗ ଅନୁସାରେ ସେ ଅନ୍ୟ ଅଭିଯୁକ୍ତଙ୍କ ସହ ମିଶି ଭିଭିଆଇପି ହେଲିକପ୍ଟରର ଉଡ଼ାଣ ସୀମା ୬ ହଜାର ମିଟରରୁ କମାଇ ୪,୫୦୦ ମିଟର କରିଦେଇଥିଲେ । ଏହି ଘଟଣାରେ ବ୍ୟାପକ ଲାଞ୍ଚ କାରବାର ହୋଇଥିବା ଅଭିଯୋଗ ହୋଇଛି । ଏପରିକି ପୂର୍ବତନ ବାୟୁସେନା ମୁଖ୍ୟ ଏସ୍ ପି ତ୍ୟାଗି ତାଙ୍କ ପରିବାରର କେତେକ ସଦସ୍ୟ ଏବଂ ଅନେକ ବଡବଡ ନେତା ଲାଞ୍ଚ ନେଇ ଏପରି କରିଥିବା ଅଭିଯୋଗ ହୋଇଛି ।

Show More

Related Articles

Leave a Reply

Your email address will not be published. Required fields are marked *

Close