NATIONALTOP STORIES

କାଠମାଣ୍ଡୁ ଦେଇ ଭାରତକୁ ପଶିଛନ୍ତି ୪ ଆତଙ୍କବାଦୀ, ହାଇଆଲର୍ଟ ଜାରି

ନୂଆଦିଲ୍ଲୀ : ଆତଙ୍କବାଦୀ ସଂଗଠନ ଲସ୍କର ଇ ତୋଇବାର ୪ ଆତଙ୍କବାଦୀ ନେପାଳର କାଠମାଣ୍ଡୁ ଦେଇ ଭାରତ ମଧ୍ୟରେ ପ୍ରବେଶ କରିଛନ୍ତି । ଏ ନେଇ ଗୁଇନ୍ଦା ବିଭାଗ ପକ୍ଷରୁ ସୂଚନା ମିଳିବା ପରେ ସମଗ୍ର ଦେଶରେ ହାଇଆଲର୍ଟ ଜାରି କରିଦିଆଯାଇଛି । ଆତଙ୍କବାଦୀଙ୍କ ଟାର୍ଗେଟରେ ଦେଶର ପ୍ରମୁଖ ୪ଟି ସହର ରହିଛି । ରାଜଧାନୀ ଦିଲ୍ଲୀ ବ୍ୟତୀତ ମୁମ୍ବାଇ, ହାଇଦ୍ରାବାଦ ଏବଂ ଉତ୍ତରପ୍ରଦେଶର ଗୋଟିଏ ସହରକୁ ଆତଙ୍କବାଦୀମାନେ ଟାର୍ଗେଟ କରିପାରନ୍ତି ବୋଲି ସୂଚନା ମିଳିଛି । ଏହି ଆତଙ୍କବାଦୀମାନେ ବଡ ବିସ୍ଫୋରଣ ଘଟାଇବାକୁ ସମର୍ଥ ବୋଲିସ ଗୁଇନ୍ଦା ବିଭାଗ ପକ୍ଷରୁ କୁହାଯାଇଛି । ଆତଙ୍କବାଦୀଙ୍କୁ ଗିରଫ କରିବା ପାଇଁ ସୁରକ୍ଷାକର୍ମୀମାନେ ଅଭିଯାନ ଆରମ୍ଭ କରିଦେଇଛନ୍ତି । ଏପରିକି ରେଲୱେ ବିଭାଗକୁ ମଧ୍ୟ ସତର୍କ ରହିବାକୁ ସୂଚନା ଦିଆଯାଇଛି । ଆତଙ୍କବାଦୀମାନେ ଆଫଗାନିସ୍ତାନ ଏବଂ ପାକିସ୍ତାନରେ ଆୟୋଜିତ କ୍ୟାମ୍ପରେ ପ୍ରଶିକ୍ଷଣ ନେଇ ସାରିଛନ୍ତି । ୪ ଆତଙ୍କବାଦୀଙ୍କୁ ସହାୟତା ଯୋଗାଇ ଦେବାକୁ ଲସ୍କର ଭାରତରେ ଥିବା ନିଜର ସ୍ଳିପର ସେଲ୍ଗୁଡିକୁ ନିର୍ଦ୍ଦେଶ ଦେଇଛି । ଏପରିକି ଭାରତରେ ସେମାନଙ୍କୁ ଅସ୍ତ୍ରଶସ୍ତ୍ର ଏବଂ ଟଙ୍କା ଯୋଗାଇ ଦେବାକୁ ସ୍ଳିପର ସେଲ୍ର ସଦସ୍ୟମାନଙ୍କୁ ନିର୍ଦ୍ଦେଶ ମିଳିସାରିଛି ବୋଲି ଗୁଇନ୍ଦା ବିଭାଗ ପକ୍ଷରୁ କୁହାଯାଇଛି ।

Show More

Related Articles

Leave a Reply

Your email address will not be published. Required fields are marked *

Close