NATIONALPOLITICSTOP STORIES

ପୁନେରୁ ବିଜେପି ଟିକେଟ୍ରେ ଲଢିପାରନ୍ତି ମାଧୁରୀ

ମୁମ୍ବାଇ : ବଲିଉଡ୍ ଅଭିନେତ୍ରୀ ମାଧୁରୀ ଦିକ୍ଷୀତ୍ ନେନେ ପୁନେ ଲୋକସଭା ଆସନରୁ ୨୦୧୯ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇପାରନ୍ତି । ଏଥିପାଇଁ ବିଜେପି ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଥିବା ସୂଚନା ମିଳିଛି । ତେବେ ମାଧୁରୀ ସ୍ପଷ୍ଟ ଭାବେ ଏ ନେଇ କୌଣସି ସୂଚନା ଦେଇନାହାନ୍ତି । ଗତ ଜୁନ୍ ମାସରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହା ମୁମ୍ବାଇରେ ମାଧୁରୀଙ୍କୁ ଭେଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧିନ ସରକାରଙ୍କ ସଫଳତା ବିଷୟରେ ପ୍ରକାଶ କରିଥିଲେ । ମାଧୁରୀ ମଧ୍ୟ ବିଜେପି ଟିକେଟ୍ରେ ପୁନେ ଆସନରୁ ନିର୍ବାଚନ ଲଢିବାକୁ ଆଗ୍ରହୀ ଥିବା ଚର୍ଚ୍ଚା ହେଉଛି ।

Show More

Related Articles

Leave a Reply

Your email address will not be published. Required fields are marked *

Close