BUSINESSTOP STORIES

ଭାରତର ଜିଡିପି ଗ୍ରୋଥ୍ ରେଟ୍ କମାଇଲା ଫିଚ୍

ନୂଆଦିଲ୍ଲୀ : ଗ୍ଳୋବାଲ ରେଟିଂ ଏଜେନ୍ସି ଫିଚ୍ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧିନ ସରକାରଙ୍କୁ ଆର୍ଥିକ ମୋର୍ଚ୍ଚାରେ ଏକ ଝଟ୍କା ଦେଇଛି । ଭାରତର ଜିଡିପି ଗ୍ରୋଥ ଅନୁମାନ ୭.୪ ପ୍ରତିଶତରୁ କମାଇ ଫିଚ୍ ଏହାକୁ ୭.୨ ପ୍ରତିଶତ କରିଦେଇଛି । ଏହା ସହିତ ଫିଚ୍ ମୋଦି ସରକାରଙ୍କ ଆର୍ଥିକ ନୀତି ଉପରେ ମଧ୍ୟ ପ୍ରଶ୍ନ ଉଠାଇଛି । ରେଟିଂ ଏଜେନ୍ସି ପକ୍ଷରୁ କୁହାଯାଇଛି ଯେ, ଭାରତର ଜିଡିପି ଅଙ୍କ ଆଶାନୁରୂପ ହୋଇପାରିନାହିଁ । ବଜାରରେ ନଗଦର ପରିମାଣ କମ୍ ହେଉଥିବା ଲକ୍ଷ୍ୟ କରାଯାଇ ଜିଡିପି ଗ୍ରୋଥ୍ ରେଟ୍ କରାଯାଇଛି । ଜୁଲାଇ-ସେପ୍ଟେମ୍ବରରେ ଭାରତର ଜିଡିପି ଗ୍ରୋଥ୍ ମାତ୍ର ୭.୧ ପ୍ରତିଶତରେ ସିମୀତ ରହିଛି । ଏହା ଏପ୍ରିଲ-ଜୁନ୍ରେ ୮.୨ ପ୍ରତିଶତ ଥିଲା ବୋଲି ସୂଚନା ଦିଆଯାଇଛି । ଆଗାମୀ ଆର୍ଥିକ ବର୍ଷରେ ଭାରତର ବିକାଶ ଦର ୭ ପ୍ରତିଶତ ଏବଂ ୨୦୨୦-୨୧ରେ ଏହା ୭.୧ ପ୍ରତିଶତ ରହିବ ବୋଲି ରେଟିଂ ଏଜେନ୍ସି ପକ୍ଷରୁ ଅନୁମାନ କରାଯାଇଛି ।

Show More

Related Articles

Leave a Reply

Your email address will not be published. Required fields are marked *

Close