fbpx

ଉହାନରେ ପରିଣତ ହେଉଛି ଇଟାଲୀ, କରୋନାର ଦ୍ୱିତୀୟ ଭୟଭୀତ କେନ୍ଦ୍ର

ବିଶ୍ୱରେ କରୋନା ଭାଇରସର ହେତୁ ଯଦି କୌଣସ ଦେଶ ଅଧିକ ପ୍ରଭାବିତ ହୋଇଥାଏ, ତେବେ ତାହା ହେଉଛି ଚୀନ୍ ଓ ଇଟାଲୀ । ଚୀନରେ ବର୍ତ୍ତମାନ ସୁଦ୍ଧା ୮୦,୭୩୫ ଲୋକ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୩,୧୧୯ ଲୋକଙ୍କ ମୃତ୍ୟୁ ଘଟିଛି । ଏହା ସହ ଇଟାଲୀରେ ୭୩୭୫ ଲୋକ ସଂକ୍ରମିତ ହୋଇଛନ୍ତି । ତେବେ ଚୀନ୍ ପରେ ଯଦି କୌଣସି ଦେଶରେ ଅଧିକ ମୃତ୍ୟୁ ଘଟିଛି ତେବେ ତାହା ହେଉଛି ଇଟାଲୀ । ବର୍ତ୍ତମାନ ସୁଦ୍ଧା ଇଟାଲୀରେ ମୃତ୍ୟୁ ସଂଖ୍ୟା ୩୬୬କୁ ବୃଦ୍ଧି ଘଟିଛି ।

ଏହି ମାରାତ୍ମକ ଜୀବାଣୁର ଦ୍ୱିତୀୟ ଭୟଭୀତ କେନ୍ଦ୍ର ପାଲଟିଛି ଇଟାଲୀ । ଇଟାଲୀ ସରକାରଙ୍କ ନିର୍ଦ୍ଦେଶରେ ବର୍ତ୍ତମାନ ଲମ୍ବୋର୍ଡି, ମୋଡେନା, ପରମା, ପିଆକେଞ୍ଜା, ରେଜିଓ ଏମିଲିଆ, ରିମିନି, ପେସାରୋ, ଆର୍ବିନୋ, ଆଲେସାଣ୍ଡ୍ରିଆ, ଆସ୍ତି, ନୋଭାରା, ଭର୍ବାନୋ-କୁସିଓ-ଓସୋଲା, ଭର୍ସେଲ୍ସ, ପାଦୁଆ, ଟ୍ରେଭିସୋ ଏବଂ ଭେନିସରେ ପ୍ରାୟ ୧୬୦ ନିୟୁତ ଲୋକଙ୍କୁ ନଜରବନ୍ଦୀ କରାଯାଇଛି ।

ଯାତାୟତ ସୁବିଧା ଯେପରି-ରେଳ, ବିମାନ ଓ ବସ୍ ସେବା ବନ୍ଦ ହୋଇନଥିଲେ ବି ସେହି ସ୍ଥାନରେ ବହୁତ କମ୍ ଲୋକ ଥିବାର ଦେଖିବାକୁ ମିଳିଛି । ଇଟାଲୀ ସରକାର ନିର୍ଦ୍ଦେଶ ଦେଇଛନ୍ତି ଯେ ଯଦି କେହି କ୍ୱାଣ୍ଟିନ ନିୟମ ଉଲ୍ଲଂଘନ କରନ୍ତି, ତେବେ ତାଙ୍କୁ ତିନିମାସ ଜେଲ ଦଣ୍ଡ କିମ୍ବା ୧୭,୨୧୫ ଟଙ୍କା ଜୋରିମାନା କିମ୍ବା ଉଭୟ ଦଣ୍ଡ ଭୋଗିବାକୁ ପଡିବ । ଏହି ଦେଶରେ ବାର ଏବଂ ରେଷ୍ଟୁରାଣ୍ଟ ଖୋଲା ଅଛି ସତ, କିନ୍ତୁ ଗୋଟିଏ ଟେବୁଲରୁ ଅନ୍ୟ ଟେବୁଲ ପର୍ଯ୍ୟନ୍ତ ଦୂରତା ଅତି କମରେ ତିନି ଫୁଟ ରଖିବାକୁ ସରକାରୀ ଆଦେଶ ଦେଇଛନ୍ତି । ଲୋକଙ୍କୁ ତିନି ଫୁଟ ଦୂରରେ ରହିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି । ଇଟାଲୀରେ ପହଞ୍ଚୁଥିବା ପର୍ଯ୍ୟଟକମାନଙ୍କୁ ଫେରିଯିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

Get real time updates directly on you device, subscribe now.