NATIONALTOP STORIES

ଷ୍ଟେଜ ଉପରେ ବେହୋସ ହୋଇ ପଡିଲେ ନୀତିନ ଗଡକରୀ

ମୁମ୍ବାଇ, ୭।୧୨: ମହାରାଷ୍ଟ୍ର ରେ ଏକ କାର୍ଯ୍ୟକ୍ରମ ସମୟ ରେ ଶୁକ୍ରବାର ଜାତୀୟ ସଙ୍ଗୀନ ଗାନ ବେଳେ ଷ୍ଟେଜ ଉପରେ ବେହୋସ ହୋଇ ପଡ଼ିଲେ କେନ୍ଦ୍ର ମନ୍ତ୍ରୀ ତଥା ବିଜେପି ର ବରିଷ୍ଠ ନେତା ନୀତିନ ଗଡକରୀ । ତାଙ୍କୁ ନିକଟସ୍ଥ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ସ୍ୱତନ୍ତ୍ର ଡାକ୍ତରୀ ଟିମ୍‌ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରୁଛନ୍ତି । ଅହମଦନଗରର ମହାତ୍ମା ଫୁଲେ କୃଷି ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଗଡକରୀ ଅତିଥି ଭାବେ ଯୋଗ ଦେଇଥିଲେ। ସେ ନିଜର ଅଭିଭାଷଣ ଶେଷ କରି ଆସନକୁ ଫେରି ଆସିଥିଲେ। ଆସନରେ ବସିବାର କିଛି ସମୟ ପରେ ଜାତୀୟ ସଙ୍ଗୀତ ଗାନ ବେଳେ ଛିଡ଼ା ହୋଇଥିବା ବେଳେ ହଠାତ୍‌ ବେହୋସ୍‌ ହୋଇ ଯାଇଥିଲେ।ସେ ପଡ଼ିଯାଉଥିବା ସମୟରେ ତାଙ୍କ ନିକଟରେ ଛିଡ଼ା ହୋଇଥିବା ରାଜ୍ୟପାଳ ବିଦ୍ୟାସାଗର ରାଓ ତାଙ୍କୁ ଧରି ପକାଇଥିଲେ । ତେବେ ନୀତିନ ସେହିଠାରେ ଚେତଶୂନ୍ୟ ହୋଇ ପଡ଼ିଥିଲେ । ତାଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

Show More

Related Articles

Leave a Reply

Your email address will not be published. Required fields are marked *

Close