fbpx

ପାକିସ୍ତାନର ଗୋରା କରାଉଥିବା କ୍ରିମ ଯୋଗୁଁ ମହିଳାଙ୍କୁ ହେଉଛି କ୍ୟାନ୍ସର

ପାକିସ୍ତାନରେ ପ୍ରସ୍ତୁତ ହେଉଥିବା କିଛି ବିୟୁଟି କ୍ରିମରେ ରହିଛି ରାସାୟନିକ ପଦାର୍ଥ, ଯାହା ମହିଳାମାନଙ୍କୁ କ୍ୟାନ୍ସର ଆଡକୁ ଟାଣିନେଉଛି । ବାଂଲାଦେଶରେ ବ୍ୟବହାର ହେଉଥିବା ପାକିସ୍ତାନୀ ବିୟୁଟି କ୍ରିମକୁ ବ୍ୟାନ୍ କରାଯାଇଛି । ନିକଟରେ ବାଂଲାଦେଶରେ ଏହାର ଯାଞ୍ଚ କରାଯାଇଥିଲା । ରିପୋର୍ଟରେ ଆସିଥିବା ତଥ୍ୟ ଶୁଣିଲେ ପାକିସ୍ତାନର ମହିଳାମାନେ ମଧ୍ୟ ବିୟୁଟି କ୍ରିମ ଲଗାଇବାକୁ ଭୟ କରିବେ ।

ବାଂଲାଦେଶରେ ପରୀକ୍ଷା ହୋଇଥିବା କ୍ରିମଗୁଡିକରେ ରହିଛି ଫାଏଜା ବିୟୁଟି କ୍ରିମ୍, ଗୋଲଡେନ୍ପର୍ଲ ବିୟୁଟି କ୍ରିମ, ଗୋରା ବିୟୁଟି କ୍ରିମ୍ ଇତ୍ୟାଦି । ବିଏସଟିଆଇର ବୈଜ୍ଞାନିକଙ୍କ ମତରେ, ଏହି କ୍ରିମରେ ମର୍କୁର ଓ ଅନ୍ୟାନ୍ୟ ରାସାୟନିକ ପଦାର୍ଥ ବହୁତ ଅଧିକ ମାତ୍ରାରେ ରହିଛି । ଏହାକୁ ବ୍ୟବହାର କରିବା ଦ୍ୱାରା ବିଭିନ୍ନ ପ୍ରକାର ଚର୍ମ ରୋଗ ହେବାର ସମ୍ଭାବନା ରହିଛି । ରାସାୟନିକ ପଦାର୍ଥର ପରିମାଣ ନିର୍ଦ୍ଧାରିତ ସୀମାଠାରୁ ୨୦୦ ଗୁଣ ଅଧିକ ରହିଛି । ଯାହାକୁ ବ୍ୟବହାର କରିବା ଦ୍ୱାରା ଅନେକ ଚର୍ମ ରୋଗ ସହ କ୍ୟାନ୍ସର ହୋଇପାରେ ।’

Get real time updates directly on you device, subscribe now.