fbpx

ୟେସ୍ ବ୍ୟାଙ୍କ ମାମଲା, ରାଣା କପୁରଙ୍କ ନାମରେ ସିବିଆଇ ଏତଲା

ନୂଆଦିଲ୍ଲୀ, ୯ା୩: ୟେସ୍ ବ୍ୟାଙ୍କ ପ୍ରତିଷ୍ଠାତା ରାଣା କପୁରଙ୍କ ବିରୋଧରେ ସିବିଆଇ ଏତଲା ରୁଜୁ କରିଥିବା ସୂଚନା ମିଳିଛି । ଏହାସହ ସିବିଆଇ ଏଫଆଇଆରରେ ସେଥିରେ ତାଙ୍କ ପତ୍ନୀ ବିନ୍ଦୁଙ୍କ ନାମ ରହିଛି । ଏହାସହ ତିନିଝିଅ ରାଧା, ରୌଶନୀ , ରାଖୀ ଓ କପିଲ ୱାଧୱାନଙ୍କ ନାଁରେ ଏତଲା ରୁଜୁ ହୋଇଛି । ରାଣାଙ୍କ ସମ୍ପୃକ୍ତି ଥିବା ନେଇ ମୁମ୍ବାଇର ୭ଟି ସ୍ଥାନରେ ମଧ୍ୟ ଚଢ଼ାଉ କରିଛି ସିବିଆଇ ।
ଉଲ୍ଲେଖଯୋଗ୍ୟ ଯେ ଗତକାଲି ୟେସ୍ ବ୍ୟାଙ୍କର ପ୍ରତିଷ୍ଠାତା ରାଣା କପୁର ଗିରଫ ହୋଇଥିଲେ । ବେଆଇନ ଅର୍ଥ କାରବାର ମାମଲାରେ ଇଡ଼ି ତାଙ୍କୁ ଗିରଫ କରିଥିଲା । ୭ତାରିଖ ଦିନ ତାଙ୍କ ବାସଭବନରେ ଇଡ଼ି ପକ୍ଷରୁ ଚଢ଼ାଉ ହୋଇଥିଲା । ପରେ ଦୀର୍ଘ ୩୦ଘଣ୍ଟାର ପଚରାଉଚରା କରିବା ପରେ ତାଙ୍କୁ ଗିରଫ କରିଥିଲା ଇଡ଼ି । ଏହାସହ ରାଣାଙ୍କ ଘରୁ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଥିଲା ।
ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ୟେସ୍ ବ୍ୟାଙ୍କ ଉପରେ ରିଜର୍ଭ ବ୍ୟାଙ୍କ , ବ୍ୟାଙ୍କରୁ ୩୦ଦିନ ପର୍ୟ୍ୟନ୍ତ ୫୦ହଜାର ଟଙ୍କାରୁ ଅଧିକ ଗ୍ରାହକମାନେ ଉଠାଇପାରିବେ ନାହିଁ ବୋଲି କଟକଣା ଜାରି କରିଥିଲା ।

Get real time updates directly on you device, subscribe now.