fbpx

ଉତ୍ତରରୁ ଦକ୍ଷିଣ ଭାରତ ପର୍ଯ୍ୟନ୍ତ ବ୍ୟାପିଲା କରୋନା ଭାଇରସ୍: କର୍ଣ୍ଣାଟକରେ ୩ ରୋଗୀ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୫୦କୁ ବୃଦ୍ଧି

ନୂଆଦିଲ୍ଲୀ,୧୦ ।୩: କରୋନା ଭାଇରସର ପ୍ରଭାବ ଥମିବାରେ ବଦଳରେ ଦିନକୁ ଦିନ ବଢିଚାଲିଛି । ସେହି କ୍ରମରେ ଭାରତରେ କରୋନା ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । କୋଭିଡ୍-୧୯ ବା କରୋନା ଭାଇରସରେ ଆଉ ୩ ଜଣ ରୋଗୀ କର୍ଣ୍ଣାଟକରେ ଚିହ୍ନଟ ହୋଇଛନ୍ତି । ରାଜ୍ୟର ସ୍ୱାସ୍ଥ୍ୟ ମନ୍ତ୍ରୀ ଏନେଇ ସମୀକ୍ଷା ପରେ ସୂଚନା ଦେଇଛନ୍ତି । ତେବେ ଭାରତରେ କରୋନା ରୋଗୀଙ୍କ ସଂଖ୍ୟା ପୂର୍ବରୁ ୪୭ ଥିବା ବେଳେ ଆଜି ୫୦ କୁ ବୃଦ୍ଧି ପାଇଛି ।

ଏହା ପୂର୍ବରୁ ପୁଣେରେ ଜଡିତ ଥିବା ମହାରାଷ୍ଟ୍ରର ପ୍ରଥମ ମାମଲା ସାମ୍ନାକୁ ଆସିଥିଲା, ଯେଉଁଥିରେ ଦୁଇ ପତି ଓ ପତ୍ନୀ କରୋନା ରୋଗରେ ଚିହ୍ନଟ ହୋଇଥିଲେ ।

Get real time updates directly on you device, subscribe now.