ODISHATOP STORIES

ଆଠମଲ୍ଲିକ ପୂର୍ବତନ ବିଧାୟକଙ୍କ ମୃତଦେହ ଉଦ୍ଧାର

ଆଠମଲ୍ଲିକ, ୧୦।୧୨ (ଓଡ଼ିଶା ଭାସ୍କର): ଆଠମଲ୍ଲିକ ର ପୂର୍ବତନ ବିଧାୟକ ତଥା ୮୫ ବର୍ଷୀୟ ରାଜ କିଶୋର ପ୍ରଧାନଙ୍କ ମୃତଦେହକୁ ସୋମବାର ଉଦ୍ଧାର କରାଯାଇଛି। କଇଁ ଫୁଲିଆ ରେଳ ଲାଇନ କଡ ରୁ ତାଙ୍କ ମୃତ ଦେହ ଉଦ୍ଧାର ହୋଇଛି। ଟ୍ରେନ ରୁ ଖସିପଡ଼ି ତାଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ସେ ବଇଣ୍ଡା ଯିବେ କହି ଘରୁ ବାହାରି ଥିଲେ। ମୃତ୍ୟୁ ର କାରଣ ଜାଣି ବାକୁ ପୋଲିସ ଘଟଣାସ୍ଥଳ ରେ ପହଁଚି ତଦନ୍ତ ଆରମ୍ଭ କରିଛି। ୧୯୭୧ ରେ ଉତ୍କଳ କଂଗ୍ରେସ ତରଫ ରୁ ଲଢ଼ି ରାଜକିଶୋର ଆଠମଲ୍ଲିକ ରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।

Show More

Related Articles

Leave a Reply

Your email address will not be published. Required fields are marked *

Close