fbpx

କରୋନା ଭାଇରସ୍, ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ୮୧କୁ ବୃଦ୍ଧି

ନୂଆଦିଲ୍ଲୀ, ୧୩ା୩: ସାରା ବିଶ୍ୱରେ ମୁଣ୍ଡ ବିନ୍ଧାର କାରଣ ପାଲଟିଛି କରୋନା ଭାଇରସ୍ । ଚାରିଆଡ଼େ ଲୋକମାନେ ଏହାକୁ ନେଇ ଭୟଭିତ ଅବସ୍ଥାରେ ରହିଛନ୍ତି । ଭାରତରେ କରୋନା ଭାଇରସରେ ଆକ୍ରାନ୍ତଙ୍କ ସଂଖ୍ୟା ୮୧କୁ ବୃଦ୍ଧି ପାଇଛି । ଏନେଇ ସ୍ୱାସ୍ଥ୍ୟମନ୍ତ୍ରୀମଣ୍ଡଳ ସୂଚନା ଦେଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୬୪ଜଣ ଭାରତୀୟ ଥିବା ବେଳେ ୧୭ଜଣ ବିଦେଶୀ ରହିଛନ୍ତି । ଗତକାଲି କର୍ଣ୍ଣାଟକରେ ଜଣେ ବ୍ୟକ୍ତିଙ୍କ କରୋନାରେ ମୃତ୍ୟୁ ମଧ୍ୟ ହୋଇଛି ।

ସାରା ବିଶ୍ୱରେ  କରୋନା ଭାଇରସ୍ ୧୧୦ଟି ଦେଶକୁ ବ୍ୟାପିଛି ବୋଲି ଜଣାପଡ଼ିଛି । ବିଶ୍ୱରେ ୧.୨୧ ଲକ୍ଷ ଲୋକ କରୋନା ସଙ୍କ୍ରମିତ ହୋଇଥିବା ନେଇ ସୂଚନା ରହିଛି । କରୋନାରେ ସାରା ବିଶ୍ୱରେ ୪,୩୬୫ରୁ ଉଦ୍ଧ୍ୱର୍ ଜଣଙ୍କର ମୃତ୍ୟୁ ଘଟିସାରିିଛ ।

Get real time updates directly on you device, subscribe now.