Uncategorized

ହକି ବିଶ୍ଵକପ ପାଇଁ ବଜେଟ୍ ହୋଇଥିଲା ୮୨ କୋଟି

କ୍ରୀଡା ସଚିବ ବିଶାଲ ଦେବ ଙ୍କ ସୁଚନା

ଭୁବନେଶ୍ୱର, ୨୩।୧୨ (ଓଡ଼ିଶା ଭାସ୍କର): ଭୁବନେଶ୍ୱର ର କଳିଙ୍ଗ ଷ୍ଟାଡିୟମ୍ ରେ ସମାପ୍ତ ହୋଇ ଥିବା ପୁରୁଷ ହକି ବିଶ୍ୱକପ୍ ୨୦୧୮ ପାଇଁ ୮୨ କୋଟି ଟଙ୍କା ବଜେଟ୍ ହୋଇଥିଲା। ଏବଂ ଏହି ବଜେଟ୍ ରେ ବିଶ୍ଵ କପକୁ ସଫଳତା ର ସହ ଆୟୋଜନ କରାଯାଇଛି ବୋଲି ରବିବାର କ୍ରୀଡା ସଚିବ ବିଶାଲ ଦେବ ବିଶ୍ୱକପ୍ ପରେ ପ୍ରଥମ ଥର ପାଇଁ ମୁହଁ ଖୋଲି ଏହି ସୂଚନା ଦେଇଛନ୍ତି। ରବିବାର କଳିଙ୍ଗ ଷ୍ଟାଡିୟମ୍ ରେ ନାଲକୋ ଓପନ୍ ଟେନିସ ର ଉଦଘାଟନ କାର୍ଯ୍ୟକ୍ରମ ରେ ଯୋଗ ଦେଇ ସେ ଏହି ବିଷୟ ପ୍ରକାଶ କରିଛନ୍ତି। ଆଗାମୀ ବର୍ଷ ଜୁନ ରେ ଓଡ଼ିଶା ବିଶ୍ଵ ହକି ସିରିଜ୍ ଆୟୋଜନ କରିବାକୁ ଯୋଜନା ରଖିଛି ବୋଲି ସେ କହିଛନ୍ତି।

Show More

Related Articles

Leave a Reply

Your email address will not be published. Required fields are marked *

Close