ODISHAPOLITICSTOP STORIES

ଆଜି ଆସୁଛନ୍ତି ମୋଦି

ଭୁବନେଶ୍ଵର, ୨୪।୧୨( ଓଡ଼ିଶା ଭାସ୍କର): ଆଜି ପ୍ରଧାନ ନରେନ୍ଦ୍ର ମୋଦୀ ଓଡ଼ିଶା ଆସୁଛନ୍ତି । ଏ ନେଇ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାରେ ପହଞ୍ଚିଛି। ଦିନିକିଆ ଓଡ଼ିଶା ଗସ୍ତ ଏବଂ ତିନି ଘଣ୍ଟାର ରହଣି ସମୟରେ ବେଳେ ମୋଦୀ ୧୪ ହଜାର ୫୨୩ କୋଟି ଟଙ୍କା ପ୍ରକଳ୍ପର ଲୋକାର୍ପଣ ଓ ଶୁଭାରମ୍ଭ କରିବେ । ଏହା ସହିତ ପ୍ରଧାନମନ୍ତ୍ରୀ ଖୋର୍ଦ୍ଧା ନାଇଜର୍‌ କ୍ୟାମ୍ପସ୍‌ ଷ୍ଟାଡିୟମରେ ଆୟୋଜିତ ସାଧାରଣ ସଭାରେ ଉଦବୋଧନ ଦେବେ । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଏହା ପୂର୍ବରୁ ଆଜି କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ ଓ କ୍ରାଇମବ୍ରାଞ୍ଚ ଏଡିଜି ସନ୍ତୋଷ ଉପାଧ୍ୟାୟ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଛନ୍ତି ।

ଆସନ୍ତା ୨୪ ତାରିଖ ପୂର୍ବାହ୍ନ ୧୧ଟା ୫ରୁ ମୋଦୀ ସ୍ୱତନ୍ତ୍ର ବିମାନ ଯୋଗେ ଦିଲ୍ଲୀରୁ ବାହାରି ଅପରାହ୍ନ ୧ଟା ୦୫ରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଁଚିବେ । ସେଠାରୁ ହେଲିକ୍ୟାପ୍ଟର ଯୋଗେ ୧ଟା ୪୦ ରେ ଭୁବନେଶ୍ୱର ଆଇଆଇଟି ଯିବେ । ସେଠାରେ ପହଁଚି ୧ଟା ୪୦ରୁ ୨ଟା ୨୫ ମଧ୍ୟରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ । ପରେ ଖୋର୍ଦ୍ଧା ନାଇଜର୍‌ ଷ୍ଟାଡିୟମ୍‌ରେ ଆୟୋଜିତ ସାଧାରଣ ଜନସଭା ସମ୍ବୋଧିତ କରିବେ । ଅପରାହ୍ନ ୪ଟାରେ ପୁଣି ଥରେ ନୂଆଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି ।

Show More

Related Articles

Leave a Reply

Your email address will not be published. Required fields are marked *

Close