ODISHAPOLITICSTOP STORIES

ଆଇଆଇଟି ପରିସରରୁ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କଲେ ମୋଦି

' କେନ୍ଦ୍ର ପୂର୍ବ ଭାରତ ର ବିକାଶ କୁ ପ୍ରାଧାନ୍ୟ ଦେଉଛି'

ଭୁବନେଶ୍ୱର, ୨୪।୧୨ (ଓଡ଼ିଶା ଭାସ୍କର): ଭୁବନେଶ୍ୱର ଆଇଆଇଟି କୁ ଆଜି ଦେଶ ଉଦ୍ଧେଶ୍ୟ ରେ ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଉତ୍କଳ ବିଶ୍ୱବିଦ୍ୟାଳୟ ରେ ବକ୍ସି ଜଗବନ୍ଧୁ ଚେୟାର ସ୍ଥାପନ କରାଇଛନ୍ତି ନରେନ୍ଦ୍ର ମୋଦି। ଏହାସହ ପାଇକ ବିଦ୍ରୋହ ସ୍ମାରକୀ ଡାକ ଟିକଟ, ମୁଦ୍ରା ଉନ୍ମୋଚନ କରାଯାଇଛି। ଭୁବନେଶ୍ବରରେ ୫୦ ଶଯ୍ୟା ବିଶିଷ୍ଟ ଇ ଏସ ଆଇ ହସ୍ପିଟାଲ, ଲଳିତଗିରି ରେ ମ୍ୟୁଜୀୟମ ଉନ୍ମୋଚନ କରିଛନ୍ତି ମୋଦି। ୨ଟି ଜାତୀୟ ରାଜପଥ ର ୬ ଲେନ୍, ଗୋଟିଏ ରାଜ୍ୟ ରାଜପଥର ୪ ଲେନକରଣ କାର୍ଯ୍ୟ କୁ ଶୁଭାରମ୍ଭ କରଛନ୍ତି ପ୍ରଧାନମନ୍ତ୍ରୀ। ଏଥିପାଇଁ ମୋଦି ଜଟଣୀ ନିକଟସ୍ଥ ଆଇଆଇଟି କ୍ୟାମ୍ପସ ପହଞ୍ଚି ଥିଲେ। ଆଇଆଇଟି କୁ ଜାତି ଉଦ୍ଦେଶ୍ୟ ରେ ସମର୍ପଣ କରିବା ଅବସରରେ ମୋଦି କହିଛନ୍ତି ଯେ, ଓଡ଼ିଶାର ବିକାଶ କୁ ଆଇଆଇଟି ଭୁବନେଶ୍ୱର ଆହୁରି ଆଗକୁ ନେ ବ । ସେଠାରେ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ଫଳରେ ଓଡ଼ିଶା ର ଯୁବ ବର୍ଗ ଉପକୃତ ହେବେ ବୋଲି ମୋଦି କହିଛନ୍ତି। ଇତିହାସ ରେ ପ୍ରଥମ ଥର ପାଇଁ କୌଣସି କେନ୍ଦ୍ର ସରକାର ଓଡ଼ିଶା ର ବିକାଶ କୁ ପ୍ରାଧାନ୍ୟ ଦେଇଛନ୍ତି। ପୂର୍ବ ଭାରତ ର ବିକାଶ ଫଳରେ ଭାରତ ବିକଶିତ ହେବ। ତେଣୁ ପୂର୍ବ ଭାରତ ର ବିକାଶ କୁ ତାଙ୍କ ସରକାର ପ୍ରାଧାନ୍ୟ ଦେଇ ଆସୁଛନ୍ତି ବୋଲି ସେ କହିଛନ୍ତି। ଏହି କାର୍ଯ୍ୟକ୍ରମ ରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ରାଜ୍ୟ ସରକାର ପ୍ରକଳ୍ପ ପାଇଁ ସବୁ ପ୍ରକାର ସହଯୋଗ କରିବେ। ବକ୍ସି ଜଗବନ୍ଧୁ ଓଡ଼ିଶାର ମହାନ୍ ସନ୍ତାନ ଥିଲେ, ତାଙ୍କ ସାହସିକତା ଓ ବଳିଦାନ ର ତୁଳନା ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହା ସହ ପାଇକ ବିଦ୍ରୋହ କୁ ଦେଶ ର ପ୍ରଥମ ସ୍ବାଧୀନତା ସଂଗ୍ରାମ ର ମାନ୍ୟତା ଦେବା କୁ ନବୀନ ଦାବି ଜଣାଇଛନ୍ତି। ଆୟୋଜିତ କାର୍ଯ୍ୟକ୍ରମରେ ମଞ୍ଚ ରେ ମୋଦି ଙ୍କ ବ୍ୟତୀତ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ ଉପସ୍ଥିତ ଥିଲେ।

Show More

Related Articles

Leave a Reply

Your email address will not be published. Required fields are marked *

Close