ODISHATOP STORIESUncategorized

ମହାରଥୀ ଙ୍କୁ ବହିସ୍କାର କର, ନଚେତ୍ ଆନ୍ଦୋଳନ : ବିଜେପି

ଭୁବନେଶ୍ୱର, ୨୭।୧୨ (ଓଡ଼ିଶା ଭାସ୍କର): ପିପିଲିର ବେବିନା ଗଣଦୁଷ୍କର୍ମ ମାମଲାରେ ଅଭିଯୁକ୍ତମାନେ ନିର୍ଦ୍ଦୋଷରେ ଖଲାସ ହେବା ପରେ ରାଜ୍ୟ ସରକାରର ବରିଷ୍ଠ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ପ୍ରଦୀପ ମହାରଥୀ ପୀଡିତାଙ୍କୁ ନ୍ୟାୟ ମିଳିବା ବୋଲି କହିବା ଅତ୍ୟନ୍ତ ଦୁଃଖ ଦାୟକ ଓ ସମ୍ବେଦନହୀନ ବୋଲି କହିଛି ବିଜେପି । ଏହି ଘଟଣାରେ କ୍ରାଇମବ୍ରାଂଚ ଷଡଯନ୍ତ୍ର କରି ଦୋଷୀକୁ ଖଲାସ କରିବାରେ ସାହାଯ୍ୟ କଲା ବୋଲି ଅଭିଯୋଗ କରିଛି ମହିଳା ମୋର୍ଚ୍ଚା । ଘଟଣାର ସିବିଆଇ ତଦନ୍ତ ଦାବି ସହ କୃଷିମନ୍ତ୍ରୀଙ୍କୁ ତୁରନ୍ତ ବହିଷ୍କାର କରିବାକୁ ଦାବି କରିଛି ଦଳ । ନହେଲେ ଏହାକୁ ନେଇ ରାଜ୍ୟବ୍ୟାପୀ ଆନ୍ଦୋଳନ, ମନ୍ତ୍ରୀଙ୍କ କୁଶପୁତଳିକା ଦାହ କରାଯିବ ବୋଲି ମହିଳାମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ପ୍ରଭାତୀ ପରିଡା ଓ ବିଜେପି ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ ଚେତାବନୀ ଦେଇଛନ୍ତି । ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ମହିଳାଙ୍କୁ ସମ୍ମାନ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣର କୁମ୍ଭୀର କାନ୍ଦଣା କାନ୍ଦୁଥିବା ବେଳେ ଜଣେ ମନ୍ତ୍ରୀ ଯେପରି ଭାବେ ମନ୍ତବ୍ୟ ଦେଇଛନ୍ତି ଏହା ସମ୍ପୂର୍ଣ ଭାବେ ସମ୍ବେଦନହୀନ । ବେବିନା ମାମଲାରେ ମହାରଥୀଙ୍କୁ ମୁଖ୍ୟମନ୍ତ୍ରୀ ମନ୍ତ୍ରୀମଣ୍ଡଳରୁ ବାହାର କରିଥିଲେ । ସ୍ଥାନୀୟ ଥାନା ଅଧିକାରୀ ତଦନ୍ତରେ ଅବହେଳା ପାଇଁ ନିଲମ୍ବିତ ହୋଇଥିଲେ । ଏବେବି ସାକ୍ଷ୍ୟ ପ୍ରମାଣ ନ ଦେଇ ଦୋଷୀକୁ ଖଲାସ କରିବାରେ ସରକାର ସହଯୋଗ କରିଥିବା କଥା ପୀଡିତାର ପରିବାର ଅଭିଯୋଗ କରୁଛନ୍ତି । ଏପରି ସ୍ଥିତିରେ ମନ୍ତ୍ରୀ ଯେପରି ମନ୍ତବ୍ୟ ଦେଇଛନ୍ତି ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିଛି ବିଜେପି ।

Show More

Related Articles

Leave a Reply

Your email address will not be published. Required fields are marked *

Close