NATIONALTOP STORIES

ମୁମ୍ବାଇରେ ନିର୍ମାଣାଧିନ କୋଠାରେ ଅଗ୍ନିକାଣ୍ଡ

ମୁମ୍ବାଇ : ମୁମ୍ବାଇର କମଳା ମିଲ୍ସ କମ୍ପାଉଣ୍ଡ୍ରେ ଏକ ନିର୍ମାଣାଧିନ କୋଠାରେ ଶନିବାର ସକାଳୁ ଅଗ୍ନିକାଣ୍ଡ ଘଟିଛି । ଘଟଣା ସମ୍ପର୍କରେ ସୂଚନା ମିଳିବା ପରେ ତୁରନ୍ତ ଘଟଣାସ୍ଥଳକୁ ଅଗ୍ନିଶମ ବିଭାଗର ୫ଟି ଗାଡ଼ି ପଠାଯାଇଥିଲା । ସେଠାରେ ଅଗ୍ନିକାଣ୍ଡ ଉପରେ ନିୟନ୍ତ୍ରଣ ମିଳିଛି । ତେବେ ଏହି ଘଟଣାରେ କୌଣସି ମୃତାହତ ହୋଇ ନ ଥିବା ସୂଚନା ମିଳିଛି । ପ୍ରକାଶଯୋଗ୍ୟ, କମଳା ମିଲ୍ସ କମ୍ପାଉଣ୍ଡରେ ଗତବର୍ଷ ୨୮ତାରିଖ ମଧ୍ୟରାତ୍ରୀରେ ଘଟିଥିବା ଭୟାବହ ଅଗ୍ନିକାଣ୍ଡରେ ୧୪ଜଣଙ୍କ ମୃତ୍ୟୁ ହୋଇଥିଲା ।

Show More

Related Articles

Leave a Reply

Your email address will not be published. Required fields are marked *

Close