fbpx

ଓଡିଶାରେ ଦ୍ୱିତୀୟ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୧୯ ।୩(ଓଡିଶା ଭାସ୍କର): ସାରା ବିଶ୍ୱରେ କାୟା ବିସ୍ତାର କରିବାରେ ଲାଗିଛି କରୋନା ଭାଇରସ୍ । ଏହାରି ମଧ୍ୟରେ ଆଜି ଓଡିଶାରେ ଦ୍ୱିତୀୟ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ସେ କରୋନା ପ୍ରଭାବିତ ଦେଶରୁ ଫେରିଥିବା ସୂଚନା ମିଳିଛି ।

ଉଲ୍ଲେଖଯୋଗ୍ୟ ଯେ, ରାଜଧାନୀ ଭୁବନେଶ୍ୱର ସ୍ଥିତ ଆରଏମଆରସି ସେଣ୍ଟରରେ ପରୀକ୍ଷା ହୋଇଥିବା ୧୪ଟି ନମୁନାରୁ ଆଜି ଗୋଟିଏ ପଜିଟିଭ୍ ବାହାରିଛି । ଏହି ପରିପ୍ରେକ୍ଷୀରେ ପଜିଟିଭ୍ ବାହାରିଥିବା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରାଯିବ । ଏନେଇ ରାଜ୍ୟ ଓ ସ୍ୱାସ୍ଥ୍ୟ କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ମିଳିଛି ।

Get real time updates directly on you device, subscribe now.