NATIONALTOP STORIES

ସୀମା ରେ ଅନୁପ୍ରବେଶ ଉଦ୍ୟମ ପଣ୍ଡ, ୨ ବାଟ୍ କମାଣ୍ଡୋ ନିହତ

ଶ୍ରୀନଗର : ଜାମ୍ମୁକାଶ୍ମୀରର ନୌଗାମ ସେକ୍ଟରରେ ପାକିସ୍ତାନର ବର୍ଡର ଆକ୍ସନ ଟିମ୍ (ବାଟ୍) ପକ୍ଷରୁ କରାଯାଇଥିବା ଏକ ବଡଧରଣର ଅନୁପ୍ରବେଶ ଉଦ୍ୟମକୁ ସେନାର ଯବାନମାନେ ପଣ୍ଡ କରିଦେଇଛନ୍ତି । ଏହି ଘଟଣାରେ ଅନୁପ୍ରବେଶ ଉଦ୍ୟମ କରୁଥିବା ୨ଜଣ ନିହତ ହୋଇଛନ୍ତି । ଏହି ୨ ଜଣ ବାଟ୍ର ସଦସ୍ୟ ବୋଲି ସନ୍ଦେହ କରାଯାଉଛି । ଏପରିକି ବାଟ୍ ଠାରୁ ତାଲିମ୍ ନେଇ ସେମାନେ ଯୋଜନାବଦ୍ଧ ଭାବେ ଭାରତୀୟ ସୀମା ମଧ୍ୟକୁ ଅନୁପ୍ରବେଶ ଉଦ୍ୟମ କରୁଥିଲେ । ଭାରତୀୟ ସୁରକ୍ଷାକର୍ମୀଙ୍କ ନଜରକୁ ଏଡ଼ାଇବା ପାଇଁ ସେମାନେ ଭାରତୀୟ ସେନାର ପୋଷାକ ମଧ୍ୟ ପିନ୍ଧିଥିଲେ । ନୂଆବର୍ଷ ଅବସରରେ ଭାରତରେ ବଡ ଧରଣର ଆକ୍ରମଣ ଘଟାଇବା ଲକ୍ଷ୍ୟ ନେଇ ସେମାନେ ଅନୁପ୍ରବେଶ କରୁଥିଲେ ବୋଲି ଜଣାପଡିଛି । ଏପରିକି ସେମାନଙ୍କୁ ଅନୁପ୍ରବେଶ କାର୍ଯ୍ୟରେ ସହାୟତା କରିବା ପାଇଁ ପାକ୍ ସେନା ପକ୍ଷରୁ କଭର ଫାୟାରିଂ ମଧ୍ୟ କରାଯାଉଥିଲା ବୋଲି ସୂଚନା ମିଳିଛି ।

Show More

Related Articles

Leave a Reply

Your email address will not be published. Required fields are marked *

Close