CRIMEODISHATOP STORIES

ବାଲେଶ୍ବରରେ ବ୍ୟାଙ୍କ୍ ରୁ ଲୁଟ୍ କଲେ ଦୁର୍ବୃତ୍ତ

ବାଲେଶ୍ୱର, ୨।୧ (ଓଡ଼ିଶା ଭାସ୍କର): ବାଲେଶ୍ୱର ସଦର ବ୍ଲକ୍‌ ପରିଖି ସ୍ଥିତ ଆହ୍ଲାବାଦ ବ୍ୟାଙ୍କର ସଟର୍‌ ତାଡ଼ି ଦୁର୍ବୃତ୍ତମାନେ ଲୁଟ୍‌ କରିଛନ୍ତି । ଗତକାଲି ବିଳମ୍ବିତ ରାତିରେ ଆହ୍ଲାବାଦ ବ୍ୟାଙ୍କର ସଟର୍‌ ତାଡ଼ି ଟଙ୍କା ଲୁଟ୍‌ ନେଇଛନ୍ତି । କେତେ ଟଙ୍କା ଲୁଟ୍‌ ହୋଇଛି ସ୍ପଷ୍ଟଭାବରେ ଜଣାପଡ଼ି ନ ଥିବାବେଳେ ବ୍ୟାଙ୍କ ମ୍ୟାନେଜର୍‌ ଯାଞ୍ଚ କରୁଛନ୍ତି । ସେହିପରି ନିକଟରେ ଥିବା ଏକ ରଡ୍‌ ଓ ସିମେଣ୍ଟ ଦୋକାନରୁ ମଧ୍ୟ ଡକାୟତି ହୋଇଥିବା ଜଣାପଡ଼ିଛି । ଏ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖା ଦେଇଛି। ଅଭିଯୁକ୍ତ ଙ୍କୁ ତୁରନ୍ତ ଗିରଫ କରିବା ଦାବିରେ ସେମାନେ ରାସ୍ତାରୋକ କରିଛନ୍ତି । ବାଲେଶ୍ୱର ଜିଲ୍ଲା ରେ ବାରମ୍ବାର ଏଟିଏମ୍‌ ଓ ବ୍ୟାଙ୍କ୍ ରୁ ଲୁଟ୍‌ ଘଟଣା ପୋଲିସ ର ନିଦ ହଜାଇ ଦେଇଛି। ଡକାୟତଙ୍କୁ ତୁରନ୍ତ ଗିରଫ କରିବା ଦାବିରେ ଟାୟାର ଜାଳି ରାସ୍ତାରୋକ କରାଯିବା ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ହଟିଛି । ବ୍ୟାଙ୍କରେ ଲାଗିଥିବା ସିସିଟିଭି ଫୁଟେଜ୍‌କୁ ପୋଲିସ ଯାଞ୍ଚ ଚଳାଇଛି।

Show More

Leave a Reply

Your email address will not be published. Required fields are marked *

Related Articles