fbpx

ଏଠାରେ ଅଚାନକ୍ ମରିଗଲେ ଶହ ଶହ ବଗ, ରହସ୍ୟମୟ ରୋଗରେ ଲୋକେ ଛାନିଆ

ସାରା ବିଶ୍ୱରେ କରୋନା ଭାଇରସ ମହାମାରୀ ଭାବେ ଘୋଷଣା ହୋଇଥିବା ବେଳେ ଏଥିରେ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଉତ୍ତରପ୍ରଦେଶର ଆଲିଗଡ ଜିଲ୍ଲାରେ ଶହ ଶହ ବଗଙ୍କ ସନ୍ଦେହଜନକ ମୃତ୍ୟୁ ମାମଲା ସାମନାକୁ ଆସିଛି । ବଗଙ୍କ ଅଚାନକ ମୃତ୍ୟୁ ଖବର ଶୁଣି ଘଟଣାସ୍ଥଳରେ ବନ ବିଭାଗର ଅଧିକାରୀମାନେ ପହଞ୍ଚିଥିବା ବେଳେ ବଗଙ୍କ ନମୁନା ପରିକ୍ଷା ପାଇଁ ଫୋରେନ୍ସିକ୍ ଲ୍ୟାବକୁ ପଠାଯାଇଛି ।


ଖେତ ଓ ଗଛରେ ଶହ ଶହ ବଗଙ୍କ ମୃତଦେହ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଛନ୍ତି । ତାଙ୍କର ମୃତ୍ୟୁ କିପରି ହୋଇଛି ବୋଲି ଅନୁସନ୍ଧାନ ଚାଲିଛି । ସମ୍ପ୍ରତି ୧୦୦ରୁ ଅଧିକ ବଗଙ୍କ ମୃତ ଦେହକୁ ପୋତା ସରିଛି ।

ଯାଞ୍ଚର ରିପୋର୍ଟ ଆସିବା ପରେ ବଗଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ । ରହସ୍ୟମୟ ଭାବେ ଏତେ ସଂଖ୍ୟକ ବଗଙ୍କ ମୃତ୍ୟୁ ଦେଖି ଲୋକମାନଙ୍କ ମନରେ ଭୟର ବାତାବରଣ ସୃଷ୍ଟି ହୋଇଛି । ତେବେ ଯେଉଁଠାରେ ବଗମାନଙ୍କ ମୃତ୍ୟୁ ହୋଇଛି, ସେଠାରୁ କିଛି ଦୂରରେ ଅନେକ ମାଂସ କାରଖାନା ରହିଛି । ବଗଙ୍କ ମୃତ୍ୟୁ ପଛରେ କାରଖାନାର ମଇଳା ମଧ୍ୟ ପ୍ରମୁଖ କାରଣ ହୋଇପାରେ ବୋଲି ଆଶଙ୍କା କରାଯାଉଛି ।

ମରିଥିବା ବଗଙ୍କ ସଂସ୍ପର୍ଶରେ ନ ଆସିବା ସହ ଘଟଣାସ୍ଥଳରୁ ଦୂରେଇ ରହିବାକୁ ସ୍ଥାନୀୟ ପ୍ରଶାସନ ଲୋକମାନଙ୍କୁ ନିବେଦନ କରିଛନ୍ତି । ଏହା ଦ୍ୱାରା କେତେକ ବଡ ରୋଗ ହେବାର ଆଶଙ୍କା ରହିଛି । ଡିଏଫଓ ସତୀଶ କୁମାର କହିଛନ୍ତି ଯେ, ମୃତ ତଥା ଚେତାଶୂନ୍ୟ ଅବସ୍ଥାରେ ମିଳିଥିବା ବଗଗୁଡିଙ୍କୁ ପରୀକ୍ଷା ପାଇଁ ଲ୍ୟାବକୁ ପଠାଯାଇଛି ।

Get real time updates directly on you device, subscribe now.