fbpx

ସଭ୍ୟ ସମାଜରେ ଏଭଳି କାଣ୍ଡକୁ ବରଦାସ୍ତ କରାଯିବନି: କେନ୍ଦ୍ରାଞ୍ଚଳ ଡିଆଇଜି

ପୁରୀ, ୩ା୧୨(ଓଡ଼ିଶା ଭାସ୍କର): ପୁରୀରେ ଗତକାଲି ଏକ ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଘଟଣା ଘଟିଥିଲା । ପରେ ପୀଡ଼ିତା ପୁରୀ ସ୍ଥିତ କୁମ୍ଭାରପଡ଼ା ଥାନାରେ ଏତଲା ଦେଇଥିଲେ । ପୀଡ଼ିତାଙ୍କ ବୟାନ ରେକର୍ଡ଼ ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ଆଜି ଏହି ଘଟଣାରେ କେନ୍ଦ୍ରାଞ୍ଚଳ ଡିଆଇଜି ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ସେ କହିଛନ୍ତି ମୁଖ୍ୟ ଅଭିଯୁକ୍ତ ଜିତେନ୍ଦ୍ର ସେଠୀଙ୍କୁ ଗିରଫ କରାଯାଇଛି । ଏହାସହ ଆଜି ଆଉ ଏକ ଅଭିଯୁକ୍ତ ରାଜେଶ ସେଠୀକୁ ଗିରଫ କରାଯାଇଥିଲା । ଆଜି ୨ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯିବ । ଏହାଛଡ଼ା ୨ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି । ଏନେଇ ସାଇଣ୍ଟିଫିକ ଟିମ୍ ସହ ବରିଷ୍ଠ ଅଧିକାରୀ ଘଟଣାର ତଦନ୍ତ କରୁଛନ୍ତି । ପୀଡ଼ିତାଙ୍କୁ କିପରି ନ୍ୟାୟ ଏବଂ ସୁରକ୍ଷା ମିଳିବ ତାକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି ବୋଲି ଡ଼ିଆଇଜି କହିଛନ୍ତି । ଅଭିଯୁକ୍ତ ଜିତେନ୍ଦ୍ର ଚାକିରିରୁ ବହିଷ୍କୃତ ହୋଇଛି । ବହିଷ୍କୃତ ସତ୍ତେ୍ୱ ପୋଲିସ କାର୍ଡ଼ ରଖିଥିବାରୁ ତା ନାଁରେ ଆଉ ଏକ ମାମଲା ରୁଜୁ ହୋଇଛି । ଅଭିଯୁକ୍ତଙ୍କୁ କିପରି କଡ଼ା ଦଣ୍ଡ ମିଳିବ ତାହା ଉପରେ ଫୋକସ କରାଯାଇଛି । ଆଇପିସି ଧାରା ୩୬୩, ୩୭୬ ଡି-ଏ, ୩୯୪ରେ ମାମଲା ରୁଜୁ ହୋଇଛି । ୨୦ଦିନ ଭିତରେ ଚାର୍ଜସିଟ ହେବ । ସଭ୍ୟ ସମାଜରେ ଏଭଳି କାଣ୍ଡକୁ ବରଦାସ୍ତ କରାଯିବନି ବୋଲି ଡିଆଇଜି କହିଛନ୍ତି ।

Get real time updates directly on you device, subscribe now.