BUSINESSTOP STORIES

୨ହଜାର ଟଙ୍କିଆ ନୋଟ୍ର ଛପା ବନ୍ଦ

ନୂଆଦିଲ୍ଲୀ : ବଜାରରେ ଯଥେଷ୍ଟ ପରିଣାମର ୨ ହଜାର ଟଙ୍କିଆ ନୋଟ୍ ମହଜୁଦ୍ ଥିବାରୁ ଏହି ନୋଟ୍ର ଛପାକୁ ସାମୟିକ ସମୟ ପାଇଁ ବନ୍ଦ କରିଦିଆଯାଇଛି । ଶୁକ୍ରବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ୨୦୧୬ ନଭେମ୍ବରରେ ବିମୁଦ୍ରାକରଣ ପରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ୨ ହଜାର ଟଙ୍କିଆ ନୋଟ୍ ଜାରି କରାଯାଇଥିଲା । ଆର୍ଥୀକ ମାମଲାର ସଚିବ ସୁବାଷ ଗର୍ଗ ଏକ ଟୁଇଟ୍ ମାଧ୍ୟମରେ ସୂଚନା ଦେଇଛନ୍ତି ଯେ, ଆବଶ୍ୟକତାକୁ ଆଖି ଆଗରେ ରଖି ନୋଟ୍ଗୁଡ଼ିକର ଛପା ହୋଇଥାଏ । କିନ୍ତୁ ପୂର୍ବରୁ ଅନେକ ପରିମାଣର ୨ହଜାର ଟଙ୍କିଆ ନୋଟ୍ ବଜାରରେ ମହଜୁଦ ଥିବାରୁ ଏ ନିଷ୍ପତ୍ତି ନିଆଯାଇଛି ବୋଲି ସେ ଦର୍ଶାଇଛନ୍ତି ।

Show More

Leave a Reply

Your email address will not be published. Required fields are marked *

Related Articles