BUSINESSTOP STORIES

ବିଜୟ ମାଲ୍ୟା ଦେଶର ପ୍ରଥମ ପଳାତକ ଆର୍ଥିକ ଅପରାଧୀ ଘୋଷିତ

ମୁମ୍ବାଇ : ମୁମ୍ବାଇର ସ୍ୱତନ୍ତ୍ର କୋର୍ଟ ଶନିବାର ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ପଳାତକ ଆର୍ଥିକ ଅପରାଧୀ ଘୋଷିତ କରିଛନ୍ତି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ମାଲ୍ୟାଙ୍କୁ ପଳାତକ ଆର୍ଥିକ ଅପରାଧୀ ଘୋଷଣା କରିବା ପାଇଁ ଆବେଦନ କରାଯାଇଥିଲା । ମୁମ୍ବାଇ କୋର୍ଟ ଏହାକୁ ଗ୍ରହଣ କରିବା ପରେ ବିଜୟ ମାଲ୍ୟା ଦେଶର ପ୍ରଥମ ପଳାତକ ଆର୍ଥିକ ଅପରାଧୀ ହୋଇଛନ୍ତି । କୋର୍ଟଙ୍କ ଏହି ନିଷ୍ପତ୍ତି ପରେ ମାଲ୍ୟାଙ୍କ ସମସ୍ତ ସମ୍ପତ୍ତି ଜବତ କରିବାକୁ ଇଡି ପାଇଁ ରାସ୍ତା ଖୋଲିଯାଇଛି । ପଳାତକ ଆର୍ଥିକ ଅପରାଧୀ ଅଧିନିୟମ (ଏଫଇଓଏ) ଜରିଆରେ ମାଲ୍ୟାଙ୍କ ନାମ ଆସିବା ପରେ ଏବେ କର୍ଣ୍ଣାଟକ, ଇଂଲଣ୍ଡ ଏବଂ ଅନ୍ୟସ୍ଥାନରେ ଥିବା ମାଲ୍ୟାଙ୍କ ସମ୍ପତ୍ତି ଇଡି କୁର୍କ କରିପାରିବ । ଏଫଇଓଏ ଆଇନରେ ଅନେକ କଠୋର ପ୍ରାବଧାନ ରହିଛି । ଏହାକୁ କାର୍ଯ୍ୟକାରୀ କରାଗଲେ ବିଜୟ ମାଲ୍ୟା ଦେଶକୁ ଫେରି କୋର୍ଟରେ ହାଜର ହେବାକୁ ବାଧ୍ୟ ହେବେ ବୋଲି ଇଡି ପକ୍ଷରୁ ମାମଲା ପରିଚାଳନା କରୁଥିବା ବରିଷ୍ଠ ଆଇନଜୀବୀ ହିତେନ ଭେଙ୍ଗାକର କହିଛନ୍ତି । ପଳାତକ ଆର୍ଥିକ ଅପରାଧୀ ଘୋଷଣା ହେବା ପରେ ମାଲ୍ୟାଙ୍କୁ ବ୍ରିଟେନ୍ରୁ ପ୍ରତ୍ୟାର୍ପଣ କରି ଆଣିବା ସହଜ ହେବ ବୋଲି ସେ କହିଛନ୍ତି । ଭାରତୀୟ ବ୍ୟାଙ୍କଗୁଡିକ ଠାରୁ ୯ ହଜାର କୋଟି ଟଙ୍କା ଋଣ କରିବା ପରେ ପରିଶୋଧ ନକରି ୨୦୧୬ ମାର୍ଚ୍ଚରେ ବିଜୟମାଲ୍ୟା ଦେଶରୁ ପଳାୟନ କରି ବ୍ରିଟେନ୍ରେ ରହିଛନ୍ତି ।

Show More

Leave a Reply

Your email address will not be published. Required fields are marked *

Related Articles