BUSINESSTOP STORIES

ଆରବିଆଇକୁ ନେପାଳର ଅପିଲ୍, ୧୦୦ରୁ ଊଦ୍ଧ୍ୱର୍ ନୋଟ୍କୁ ଲିଗାଲ୍ ଟେଣ୍ଡରର ମାନ୍ୟତା ଦିଅ

କାଠମାଣ୍ଡୁ : ଭାରତରେ ପ୍ରଚଳିତ ୧୦୦ରୁ ଅଧିକ ଟଙ୍କାର ନୂତନ ନୋଟ୍କୁ ଲିଗାଲ ଟେଣ୍ଡର ଘୋଷଣା କରିବାକୁ ନେପାଳ ପକ୍ଷରୁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)କୁ ଅପିଲ୍ କରାଯାଇଛି । ରବିବାର ମିଡ଼ିଆ ରିପୋର୍ଟସ୍ ଜରିଆରେ ଏ ସମ୍ପର୍କରେ ସୂଚନା ମିଳିଛି । ନେପାଳ ରାଷ୍ଟ୍ର ବ୍ୟାଙ୍କ (ଏନ୍ଆର୍ବି) ଶୁକ୍ରବାର ଆର୍ବିଆଇକୁ ଚିଠି ଲେଖି ୨୦୦, ୫୦୦ ଓ ୨୦୦୦ ଟଙ୍କିଆ ନୋଟ୍କୁ ଲିଗାଲ୍ ଟେଣ୍ଡର କରିବାକୁ କହିଛି । ଏନ୍ଆର୍ବି ଭାରତୀୟ କେନ୍ଦ୍ରୀୟ ବ୍ୟାଙ୍କକୁ ଫରେନ୍ ଏକ୍ସଚେଞ୍ଜ ମ୍ୟାନେଜମେଣ୍ଟ ଆକ୍ଟ (ଫେମା) ଜରିଆରେ ନୋଟିଫିକେସନ୍ ଜାରି କରିବାକୁ ଅପିଲ୍ କରିଛି । ଫଳରେ ୧୦୦ ଟଙ୍କିଆରୁ ଅଧିକ ମୂଲ୍ୟର ନୋଟ୍ ନେପାଳରେ ସ୍ୱୀକାର କରାଯାଇପାରିବ ବୋଲି କୁହାଯାଇଛି । ଆର୍ବିଆଇ ଏବେ ନେପାଳରେ କେବଳ ୧୦୦ ବା ଏହାଠାରୁ ନିମ୍ନ ମୂଲ୍ୟର ନୋଟ୍ ପାଇଁ ସର୍କୁଲେସନକୁ ସ୍ୱୀକୃତି ଦେଇଛି । ବିମୁଦ୍ରାକରଣ ସମୟରେ ୫୦୦ ଓ ୧ହଜାର ଟଙ୍କିଆ ନୋଟ୍କୁ ବ୍ୟାନ୍ କରି ଭାରତରେ ୨୦୦, ୫୦୦ ଓ ୨ ହଜାର ଟଙ୍କିଆ ନୋଟ୍ ଜାରି କରିଥିଲା । ରିଜର୍ଭ ବ୍ୟାଙ୍କ ନୂଆ ନୋଟ୍କୁ ନେଇ ନୋଟିଫିକେସନ୍ ଜାରି କରିନାହିଁ । ତେଣୁ ନେପାଳରେ ଏହାର ବ୍ୟବହାର ଅବୈଧ ଘୋଷଣା କରାଯାଇଛି ।

Show More

Related Articles

Leave a Reply

Your email address will not be published. Required fields are marked *

Close