fbpx

ଜରୁରୀ କାମ ପାଇଁ ଯାଉଥିବା ଲୋକଙ୍କୁ ପୋଲିସ ଯୋଗାଇବ ପାସ୍: ସିପି

ଭୁବନେଶ୍ୱର, ୨୨ା୩(ଓଡ଼ିଶା ଭାସ୍କର): ଭୁବନେଶ୍ୱର ଓ କଟକରେ ଜନତା କର୍ଫ୍ୟୁ ନେଇ ଜରୁରୀ କାମ ପାଇଁ ଯାଉଥିବା ଲୋକଙ୍କୁ ପୋଲିସ ଯୋଗାଇବ ପାସ୍ । ଏନେଇ ପୋଲିସ କମିସନର ସୂଚନା ଦେଇଛନ୍ତି । ହସ୍ପିଟାଲ କିମ୍ବା ବିମାନ ବନ୍ଦର ଯାଉଥିଲେ ପାସ୍ ମିଳିବ । ସ୍ଥାନୀୟ ଥାନା ଆଇଆଇସିଙ୍କଠାରୁ ପାସ୍ ମିଳିବ । ୧୦୦କୁ ଡାଏଲ କରି ପାସ୍ ପାଇ ପାରିବେ । ନିହାତି ଜରୁରୀ ହେଲେ ପାଖ ଦୋକାନକୁ ଚାଲିଚାଲି ଯିବାକୁ ପରାମର୍ଶ ଦିଆଯାଇଛି । ଜରୁରୀ ନଥାଇ ବୁଲୁଥିବା ଲୋକଙ୍କୁ ଘରକୁ ଯିବାକୁ ତାଗିଦ କରାଯିବ । ଭୁବନେଶ୍ୱରରେ ସ୍ଥିତି ନିୟନ୍ତ୍ରଣ ପାଇଁ ଚାରି ଆଇପିଏସଙ୍କୁ କମିସନର ଦାୟିତ୍ୱ ଦେଇଥିବା ସୂଚନା ମିଳିଛି ।
କରୋନା ମୁକାବିଲା ପାଇଁ ଆଜି ଦେଶବ୍ୟାପି ଜନତା କର୍ଫ୍ୟୁ ପାଳନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ୱାନ ଦେଇଥିଲେ । ତାଙ୍କ ଆହ୍ୱାନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ସମର୍ଥନ କରିଥିଲେ ।
ଏହି ପରିପ୍ରେକ୍ଷୀରେ ଆଜି କରୋନା ମୁକାବିଲା ପାଇଁ ସାରାଦେଶରେ ଜନତା କର୍ଫ୍ୟୁ ପାଳନ କରାଯାଉଛି । ଦେଶବ୍ୟାପୀ ରାତି ୯ଟା ଯାଏଁ ଜନତା କର୍ଫ୍ୟୁ ଲାଗୁ ହୋଇଛି । ରାତି ୯ଟା ଯାଏଁ ଘରୁ ନବାହାରିବାକୁ ପରାମର୍ଶ ଦିଆଯାଇଛି । ଜନତା କର୍ଫ୍ୟୁ ପ୍ରଭାବରେ ସବୁଠି ଶୂନଶାନ ହୋଇପଡ଼ିିଥିବା ଦେଖିବାକୁ ମିଳିଛି । ଏହାସହ ଦୋକାନ ବଜାର, ଗାଡ଼ି ମୋଟର ବନ୍ଦ ରହିଛି । ଦରକାର ନଥିଲେ ଘରୁ ନବାହାରିବାକୁ ସମସ୍ତଙ୍କୁ ପରାମର୍ଶ ମଧ୍ୟ ଦିଆଯାଇଛି ।

Get real time updates directly on you device, subscribe now.