BUSINESSNATIONALTOP STORIES

ଆରବିଆଇ ଉଚ୍ଚସ୍ତରୀୟ କମିଟିରେ ନନ୍ଦନ ନିଲେକାନି

ନୂଆଦିଲ୍ଲୀ : ଡିଜିଟାଲ ପେମେଣ୍ଟକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ମଙ୍ଗଳବାର ୟୁନିକ୍ ଆଇଡେଣ୍ଟିଫିକେସନ ଅଥରିଟି ଅଫ୍ ଇଣ୍ଡିଆ (ୟୁଆଇଡିଏଆଇ)ର ପୂର୍ବତନ ମୁଖ୍ୟ ନନ୍ଦନ ନିଲେକାନିଙ୍କୁ ନିଯୁକ୍ତି ଦେଇଛି । ତାଙ୍କୁ ଆରବିଆଇର ୫ ସଦସ୍ୟ ବିଶିଷ୍ଟ ହାଇଲେବଲ କମିଟିର ଚେୟାରମ୍ୟାନ କରାଯାଇଛି । ଡିଜିଟାଲାଇଜେସନ କ୍ଷେତ୍ରରେ ନନ୍ଦନ ନିଲେକାନିଙ୍କ ଅଭିଜ୍ଞତାକୁ ଆରବିଆଇ ଉପଯୋଗ କରି ସଫଳତା ହାସଲ କରିବାକୁ ଲକ୍ଷ୍ୟ ରଖିଛି । ଗଠନ କରାଯାଇଥିବା ଉଚ୍ଚସ୍ତରୀୟ କମିଟି ନିଜର ପ୍ରଥମ ବୈଠକର ୯୦ ଦିନ ମଧ୍ୟରେ ଡିଜିଟାଲ ପେମେଣ୍ଟକୁ ନେଇ ନିଜ ରିପୋର୍ଟ ଆରବିଆଇକୁ ପ୍ରଦାନ କରିବ । ଏହି ୫ ଜଣିଆ କମିଟିରେ ନିଲେକାନିଙ୍କ ବ୍ୟତୀତ ଆରବିଆଇର ପୂର୍ବତନ ଡେପୁଟୀ ଗଭର୍ଣ୍ଣର ଏଚଆର ଖାନ୍, ବିଜୟା ବ୍ୟାଙ୍କର ପୂର୍ବତନ ମ୍ୟାନେଜିଙ୍ଗ ଡାଇରେକ୍ଟର ତଥା ଚିଫ୍ ଏକ୍ଜିକ୍ୟୁଟିଭ୍ କିଶୋର ସାନ୍ସି, ପ୍ରଯୁକ୍ତି ବିଦ୍ୟା ତଥା ଷ୍ଟିଲ ମନ୍ତ୍ରଣାଳୟର ପୂର୍ବତନ ସଚିବ ଅରୁଣା ଶର୍ମା ଏବଂ ଆଇଆଇଏମ ଅହମ୍ମଦାବାଦର ଚିଫ୍ ଇନୋଭେସନ ଅଫିସର ସଂଜୟ ଜୈନ୍ ସାମିଲ ଅଛନ୍ତି । ଏହି କମିଟି ବର୍ତ୍ତମାନର ସ୍ଥିତି ଅନୁଧ୍ୟାନ କରି ଡିଜିଟାଲ ପେମେଣ୍ଟ କ୍ଷେତ୍ରରେ କେଉଁସବୁ ପଦକ୍ଷେପ ନିଆଯିବ ତାହା ଉପରେ ରିପୋର୍ଟ ଦେବ ।

Show More

Related Articles

Leave a Reply

Your email address will not be published. Required fields are marked *

Close