ASTROLOGY

ଆଜି କିପରି ବିତିବ ଆପଣଙ୍କ ଦିନ (୯ା୧ା୨୦୧୯ ବୁଧବାର)

ମେଷ – ଶୁଭଚନ୍ଦ୍ରଙ୍କ ଚଳନ ହେତୁ ନୂତନ ବସ୍ତ୍ର ଆଦି ଆଭୁଷଣ ପ୍ରାପ୍ତି ହେବ । ନୂତନ ଯୋଜନାରେ ସଫଳ ହେବେ । ଆର୍ଥିକ ଉନ୍ନତି ପରିମାଣରେ ବୃଦ୍ଧି ପାଇବ । ମହିଳା ଓ ଛାତ୍ରୀମାନେ କୌଣସି ଦିଗରୁ ପୁରଷ୍କୃତ ହେବେ ।
ବୃଷ – ଶୁଭଚନ୍ଦ୍ର ପ୍ରଭାବରେ ବ୍ୟବସାୟରେ ଲାଭବାନ ହେବେ । ପାରିବାରିକ ଶାନ୍ତି ମିଳିବ । କର୍ମ କ୍ଷେତ୍ରରେ ନୂତନ ସୁଯୋଗ ସୃଷ୍ଟି ହୋଇପାରେ । ମହିଳାମାନେ ଧର୍ମ କାର୍ଯ୍ୟରେ ଲିପ୍ତ ରହିବେ ।
ମିଥୁନ – ଅଶୁଭ ଚନ୍ଦ୍ର ପ୍ରଭାବରେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ଅଯଥା ଖର୍ଚ୍ଚ ବଢିବ, ତେଣୁ ଆୟ ଦେଖି ବ୍ୟୟ କରନ୍ତୁ, ଯାନବାହାନ ପ୍ରତି ସତର୍କତା ଅବଲମ୍ବନ କରନ୍ତୁ, ଅଯଥା କଳହ ହୋଇପାରେ । ମହିଳା ଓ ଛାତ୍ରଛାତ୍ରୀମାନେ ଦେଖିକରି କାର୍ଯ୍ୟ କରନ୍ତୁ ।
କର୍କଟ – ଶୁଭ ଚନ୍ଦ୍ର ଗତିଶୀଳ ହେତୁ ଆର୍ଥିକ କ୍ଷେତ୍ରରେ ପରିବର୍ତନ ଆସିବ, ସାଂସାରିକ ଜୀବନ ସୁଖ ଶାନ୍ତିରେ କଟିବ । ପ୍ରେମ ସମ୍ବନ୍ଧିୟ ବ୍ୟାପାରରେ ସମ୍ପର୍କ ବଢିବ । ମହିଳା ଓ ଛାତ୍ରଛାତ୍ରୀମାନେ ଉତ୍ସାହରେ ଦିନଟି ଅତିବାହିତ କରିବେ ।
ସିହଂ – ଶୁଭଚନ୍ଦ୍ର ଚଳନ ହେତୁ ଦିନଟି ବ୍ୟବସାୟିକ ଦିଗରୁ ଶୂଭାଧିକ ପରିବେଷ ରହିବ । ସାଂସାରିକ ଓ ପ୍ରେମମୟ ଜୀବନରେ ଆନନ୍ଦଭରା ପରିବେଷ ମଧ୍ୟରେ କଟିବ । ମହିଳା ଓ ଛାତ୍ରଛାତ୍ରୀମାନେ ବହୁ ପରିମାଣରେ ଉତ୍ସାହିତ ରହିବେ ।
କନ୍ୟା – ଶୁଭ ଚନ୍ଦ୍ରଙ୍କର ଶୁଭଦୃଷ୍ଟି ରହିବ ଫଳରେ ସମାଜିକ ସ୍ତରରେ ମାନ ସମ୍ମାନ ବୃଦ୍ଧି ହେବ । ନୂତନ ଯୋଜନାରେ ସଫଳ ହେବେ । ଚାକିରୀରେ ପଦ ମର୍ଯ୍ୟଦା ପ୍ରାପ୍ତି ହେବ । ମହିଳାମାନେ ନିଜଲୋକଙ୍କର ଉନ୍ନତିରେ ଆନନ୍ଦିତ ହେବେ ଓ ବିଦ୍ୟାର୍ଥୀମାନେ ପ୍ରତିଯୋଗିତା ମୁଳକ ପରିକ୍ଷାରେ ସଫଳ ହେବେ ।
ତୁଳା – ଅଶୁଭ ଚନ୍ଦ୍ର ଗତିଶୀଳ ହେତୁ ଠକାମିରେ ପଡିପାରନ୍ତି ଫଳରେ ସତର୍କ ରହିବେ, ଦେହ ମନ ଭଲ ରହିବ ନାହିଁ, ସ୍ୱାସ୍ଥ୍ୟ ଜନିତ ସମସ୍ୟା ଓ ଅଯଥା ବ୍ୟୟ ବ୍ୟତିବ୍ୟସ୍ଥ କରିବ । ମହିଳା ଓ ଛାତ୍ରଛାତ୍ରୀମାନେ ମାନସୀକ ଯନ୍ତ୍ରଣା ପାଇବେ ।
ବିଛା – ଚନ୍ଦ୍ରଙ୍କର ପୂଣ୍ଣ ଶୁଭତ୍ୱ ପ୍ରଭାବରେ ଏହି ରାଶିର ଲୋକମାନଙ୍କ ପାଇଁ ଆଜିର ଦିନଟି ବିଳାସ ବ୍ୟସନରେ ଅତିବାହିତ ହେବା ସଙ୍ଗେ ସଙ୍ଗେ ଦୂର ଯାତ୍ରା ନିଜ ପରିବାର ସହ କରିବାର ସୁଯୋଗ ରହିବ, ତତ୍ ସହିତ କୌଣସି ଅସହାୟ କୁ ସାହାର୍ଯ୍ୟ କରିବେ । ମହିଳାମାନେ ଅତ୍ୟନ୍ତ ସୁଖୀ ହେବେ ।
ଧନୁ – ଶୁଭଚନ୍ଦ୍ର ପ୍ରଭାବରୁ ଦିନଟି ସୁଖ ଓ ଶାନ୍ତିରେ ଅତିବାହିତ ହେବ । କର୍ମ କ୍ଷେତ୍ରରେ ସାହାଯ୍ୟ ସହଯୋଗ ମିଳିବ, କ୍ୟାରିଅରକୁ ନେଈ କୌଣସି ଶୁଭ ଖବର ମିଳିବ । ମହିଳା ଓ ଛାତ୍ରଛାତ୍ରୀମାନେ ଉତ୍ସାହରେ ଦିନଟି କାଟିବେ ।
ମକର – ଶୁଭଚନ୍ଦ୍ର ପ୍ରଭାବରେ କର୍ମ ସଂସ୍ଥାନରେ ଅଧିନସ୍ଥ କର୍ମଚାରିଙ୍କର ସହଯୋଗ ସମ୍ପୁନ୍ନ ମିଳିବ । ଶତୃମାନେ ପରାହତ ହେବେ । ପୁରୁଣା ରୋଗରୁ ମୁକ୍ତି ମିଳିବ । ମହିଳାମାନେ ଅତ୍ୟନ୍ତ ସୁଖୀ ହେବେ ।
କୁମ୍ଭ – ଅଶୁଭ ଚନ୍ଦ୍ର ଚଳନ ହେତୁ ଦିବସଟି ବହୁ ବାଧା ବିଘ୍ନ ଦେଇ ଅତିବାହିତ ହେବେ । ସାଂସାରିକ ଜୀବନକୁ ନେଇ ଚିନ୍ତିତ ରହିବେ, ବ୍ୟବସାୟ ଓ ଚାକିରି କ୍ଷେତ୍ରରେ ବହୁ ସମସ୍ୟା ଦେଖାଦେବ, ମହିଳା ଓ ଛାତ୍ରଛାତ୍ରୀମାନେ ବିସାଦରେ ଦିନଟି ଅତିବାହିତ କରିବେ ।
ମୀନ – ଶୁଭଚନ୍ଦ୍ରଙ୍କ ଚଳନ ହେତୁ ନୂତନ ବସ୍ତ୍ର ଆଦି ଆଭୁଷଣ ପ୍ରାପ୍ତି ହେବ । ନୂତନ ଯୋଜନାରେ ସଫଳ ହେବେ । କର୍ମ କ୍ଷେତ୍ରରେ ଉନ୍ନତି ପରିଲକ୍ଷିତ ହେବ । ମହିଳା ଓ ଛାତ୍ରୀମାନେ କୌଣସି ଦିଗରୁ ପୁରଷ୍କୃତ ହେବେ ।

Show More

Related Articles

Leave a Reply

Your email address will not be published. Required fields are marked *

Close