fbpx

ଦିଲ୍ଲୀର ୭ଟି ଓ ଉତ୍ତରପ୍ରଦେଶର ୧୫ଟି ଜିଲ୍ଲା ଲକ୍ ଡାଉନ

ଉତ୍ତରପ୍ରଦେଶ, ୨୨ା୩: ସାରା ବିଶ୍ୱରେ କରୋନା ଭାଇରସ୍ କାୟା ବିସ୍ତାର କରିବାରେ ଲାଗିଛି । କରୋନା ସତର୍କତା ନେଇ ଉତ୍ତରପ୍ରଦେଶର ୧୫ଜିଲ୍ଲା ଲକ୍ ଡାଉନ ଘୋଷଣା ହୋଇଛି । ଲକ୍ ଡାଉନ ଘୋଷଣା କରିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଉତ୍ତରପ୍ରଦେଶରେ ୨୩ରୁ ୨୫ ତାରିଖ ଯାଏଁ ଲକ୍ ଡାଉନ ରହିବ । ଏହାସହ ମନ୍ଦିର, ମସ୍ଜିଦ ନଯିବାକୁ ଯୋଗୀ ସରକାର ପରାମର୍ଶ ଦେଇଛନ୍ତି । ସେହିପରି ରାଜଧାନୀ ଦିଲ୍ଲୀରେ ମଧ୍ୟ ୭ଟି ଜିଲ୍ଲା ଲକ୍ ଡାଉନ ହେବ ।୨୩ରୁ ୩୧ଯାଏଁ ଲକ୍ ଡାଉନ ରହିବ । ଲକ୍ ଡାଉନ ନେଇ ଘୋଷଣା କରିଛନ୍ତି ଦିଲ୍ଲୀ ସରକାର ।
ଏହାସହ ଓଡ଼ିଶାରେ ମଧ୍ୟ ଆଜିଠାରୁୁ ୨୯ପର୍ଯ୍ୟନ୍ତ ୫ଟି ଜିଲ୍ଲା ଓ ୮ଟି ସହର ଲକ୍ ଡାଉନ ରହିବ । ଖୋର୍ଦ୍ଧା, ଗଞ୍ଜାମ, କଟକ, କେନ୍ଦ୍ରାପଡ଼ା ଓ ଅନୁଗୁଳ ଜିଲ୍ଲା ପାଇଁ ଏହା ଲାଗୁ ହେବ । ଏସବୁ ଜିଲ୍ଲାରେ ସବୁ ସହର ଓ ସବୁ ଗାଁ ଲକ୍ ଡାଉନ ରହିବ । ଝାରସୁଗୁଡ଼ା, ସମ୍ବଲପୁର, ବାଲେଶ୍ୱର, ରାଉରକେଲା, ଭଦ୍ରକ, ପୁରୀ, ଯାଜପୁରରୋଡ଼, ଯାଜପୁର ଟାଉନରେ ମଧ୍ୟଏହି ନିୟମ ଳାଗୁ ହେବ । ୨୨ମାର୍ଚ୍ଚ ସକାଳ ୭ରୁ ୨୯ମାର୍ଚ୍ଚ ରାତି ୯ଟା ଯାଏଁ ଏହି ନିୟମ ଳାଗୁ ହେବ ।

Get real time updates directly on you device, subscribe now.