fbpx

୩ କରୋନା ସନ୍ଦିଗ୍ଧଙ୍କ ନାଁରେ ଏତଲା

ଭୁବନେଶ୍ୱର,୨୨ ।୩(ଓଡିଶା ଭାସ୍କର): କରୋନା କ୍ୱାରେଣ୍ଟାଇନ୍ ନିୟମ ଉଲ୍ଲଂଘନ ପାଇଁ ଆଉ ୩ ଜଣଙ୍କ ନାଁରେ ଆଜି ଏତଲା ହୋଇଛି । ଭୁବନେଶ୍ୱର ଶୈଳଶ୍ରୀ ବିହାରରେ ୨ ବ୍ୟକ୍ତିଙ୍କ ନାଁରେ ବିଏମସି ପକ୍ଷରୁ ଚନ୍ଦ୍ରଶେଖରପୁର ଥାନାରେ ଏତଲା ଦିଆଯାଇଛି । ତେବେ ଉଭୟଙ୍କୁ ସରକାରୀ କ୍ୱାରେଣ୍ଟାଇନରେ ରଖାଯାଇଥିବା ବେଳେ ସେମାନେ ସେଠାରେ ନରହି ସାଧାରଣରେ ବୁଲୁଥିଲେ ।

ସେହିପରି କଟକ ପୁରୀଘାଟ ଥାନା ଅଞ୍ଚଳର ଜଣଙ୍କ ନାଁରେ ମାମଲା ରୁଜୁ ହୋଇଛି । ସଂପୃକ୍ତ ବ୍ୟକ୍ତିଙ୍କୁ ଓସିଏ କ୍ୱାରେଣ୍ଟାଇନରେ ନେଇ ରଖିଛି ପୋଲିସ । ନିକଟରେ ସେ ବିଦେଶରୁ ଫେରିଥିବା ସୂଚନା ମିଳିଛି ।

Get real time updates directly on you device, subscribe now.